Odiapua.com

ପ୍ୟାକେଜ ଦାବିରେ ପରିବହନ କର୍ମଚାରୀଙ୍କ ଧାରଣା ବାଲେଶ୍ୱରରେ ଗଡ଼ିଲାନି ଗେଟିଏ ବି ବସ୍

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ପୂର୍ବ ଚେତାବନୀ ଅନୁସାରେ ସ୍ୱତନ୍ତ୍ର ପ୍ୟାକେଜ୍ ଦାବିରେ ବସ୍ କର୍ମଚାରୀଙ୍କ ଧାରଣା ଯୋଗୁଁ ସମଗ୍ର ରାଜ୍ୟରେ ବସ୍ ଚଳାଚଳ ଆଜି ବନ୍ଦ ରହିଥିବା ବେଳେ ବାଲେଶ୍ୱରେ ବି ଅନୁରୂପ ପରିସ୍ଥିତି ଲକ୍ଷ୍ୟ କରାଯାଇଛି। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ବାଲେଶ୍ୱର ଶାଖାର କର୍ମକର୍ତ୍ତା, ସଦସ୍ୟ ତଥା ଜିଲ୍ଲାର ଏକାଧିକ ଘରୋଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସ୍ଥାନୀୟ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରେ ଧାରଣାରେ ବସିଥିଲେ। ପରିବହନ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ନେଇ ପୂର୍ବରୁ ଦିଆଯାଇଥିବା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଳି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ରାଜକିଶୋର ଲେଙ୍କା, ଅସିତ ବରଣ ଦାସ, ପ୍ରମୋଦ କୁମାର ରାଉତ, ବିନୋଦ କୁମାର ଜେନା, ଅଚ୍ୟୁତ୍ କୁମାର ବାରିକ, ବସନ୍ତ କୁମାର ସାହୁ, ଗଣେଶ୍ୱର ଦାସ, ସନ୍ତୋଷ ମଲିକ ପ୍ରମୁଖ ପରିବହନ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ସମେତ ବହୁ ହେଲପର, ଡ୍ରାଇଭର ଓ କଣ୍ଡକ୍ଟର ଏହି ଧାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।