Odiapua.com

ପ୍ରେମ ପାଇଁ ମହାଭାରତ,ଆକ୍ରମଣ ପରେ ପ୍ରେମିକର ସାଙ୍ଗକୁ ଅପହରଣ,ଝିଅର ବାପା ଗିରଫ

ମାଲକାନଗିରି,୧ା୭ (ଓଡିଆ ପୁଅ ) ପ୍ରେମକୁ ନେଇ ମାହାଭାରତ ସୃଷ୍ଟି ହେବା ସହିତ ଦୁଇଗୋଷ୍ଠି ମଧ୍ୟରେ ତୁମୁଳକାଣ୍ଡ ଘଟି ତିନିଜଣ ଯୁବକଙ୍କୁ ନିସ୍ତୁକ ମାଡମାରି ଜଣେ ଯୁବକକୁ ଅପହରଣ କରାଯାଇଥିବାର ଥାନାରେ ଅଭିଯୋଗ ହୋଇଛି । ଏତଲାର ମାତ୍ର ତିନିଘଟାଂ ପରେ ଅପହୃତ ଯୁବକକୁ ଉଦ୍ଧାର କରି ଜଣଙ୍କୁ ଗିରଫ କରିଛି ପୁଲିସ । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଏମଭି୧୫ ଗ୍ରାମରେ ,ନିକଟସ୍ଥ ଏମବି୭ ଗ୍ରାମର ଦିନେଶ ବିଶ୍ୱାସ ନାମକ ଜଣେ ଯୁବକ ଏମଭି୧୫ଗ୍ରାମରେ ଜଣେ ୧୯ବର୍ଷ ଯୁବତୀ ଙ୍କୁ ଭଲ ପାଉଥିଲେ । ଏହି ଘଟଣାରେ ଝିଅଙ୍କ ପରିବାର ଓ ଗ୍ରାମବାସୀ ମାନେ ଅସନ୍ତୁଷ୍ଟ ଥିଲେ । ଏହାର ସମାଧାନ କରିବାପାଇଁ ମଙ୍ଗଳବାର ରାତ୍ରରେ ଏମଭି୧୫ ଗ୍ରାମକୁ ଦିନେଶଙ୍କୁ ଡକାଯାଇଥିଲା । ଦିନେଶ ଓ ତାଙ୍କର ଦୁଇଜଣ ସାଙ୍ଗଙ୍କୁ ଧରି ଏମଭି୧୫ଗ୍ରାମକୁ ଯାଇଥିଲେ । ସେହି ଗ୍ରାମର ଜଣଙ୍କ ଘରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବୈଠକରେ ବସିଥିଲେ । ଏହି ଯୁବକ ମାନେ ସେଠାରେ ପହଁଚିବାପରେ ଅଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଠେଲା ପେଲା ହୋଇଇ ମହାଭାରତ ସୃଷ୍ଟି ହୋଇଯାଇଥିଲା । ଯୁବତୀଙ୍କ ବାପା ଓ କିଛି ଗ୍ରାମବାସୀ ମାନେ ତିନିଜଣ ଯୁବକଙ୍କୁ ନିସ୍ତୁକ ମାଡ ମାରି ଛୁରିରେ ଆକ୍ରମଣ କରିଥିଲେ । ତିନିଜଣ ଯୁବକ ଜୀବନ ଭୟରେ ମଟର ସାଇକେଲ ଛାଡିଦେଇ ନିକଟସ୍ଥ ଜଙ୍ଗଲକୁ ଦୌଡିପଳାଇ ଲୁଚି ଯାଇଥିଲେ । ଦିନେଶ ଭଲପାଉଥିବା ଯୁବତୀ ପୁବ ର୍ରୁ ଘରୁ ଲୁଚି ବାଲିମେଳାର ଜଣେ ସଂପର୍କିୟଙ୍କ ଘରକୁ ପଳାଇଥିଲେ । ଗ୍ରାମବାସୀ ଙ୍କ ମାଡରେ ଦିନେଶ ତାଙ୍କର ସାଙ୍ଗ ଅଭି ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ନିଜ ଘରକୁ ପଳାଇଥିବା ବେଳେ ଅନ୍ୟଜଣେ ସାଙ୍ଗ ସୁକେଶ ବିଶ୍ୱାସ ଙ୍କର ହାତଭାଙ୍ଗି ଯାଇଥିବାରୁ ତାଙ୍କ ପରିବାର ମାଲକାନଗରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଦିନେଶ ଓ ଝିଅ କୁ ନ ପାଇ ଝିଅର ବାପା ଓ କିଛି ଗ୍ରାମବାସୀ ହସପିଟାଲରେ ପହଁଚି ଆହତ ଯୁବକ ସୁକେଶ ବିଶ୍ୱାସଙ୍କୁ ଧମକ ଚମକଦେଇ ସେମାନେ କେଉଁଆଡେ ଗଲେ ବୋଲି ପଚାରା ଉଚାରା କରିଥିଲେ , ମୁ ଜାଣି ନାହିଁ ବୋଲି ସେ କହିବାରୁ ସୁକେଶ ଙ୍କୁ ହସପିଟାଲରୁ ଝିଅର ବାପା ଅପହରଣ କରିନେଇଥିଲେ । ଏ ସଂପର୍କରେ ସୁକେଶଙ୍କ ବାପା ବିଦୁଭୁଷଣ ବିଶ୍ୱାସ ମାଲକାନଗିରି ଥାନାରେ ଯୁବତୀଙ୍କ ବାପାଙ୍କ ନାମରେ ଏତଲା ଦେଇଥିଲେ । ଏତଲା ପାଇବାପରେ ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଅଭିଳାଷ ଜୀ ଙ୍କ ନେତୃତ୍ୱରେ ଆଦର୍ଶଥାନା ଆଇଆଇସି ରାମପ୍ରସାଦ ନାଗ,ମହିଳା ସବଇନିସ୍ପେକ୍ଟର ଛବିରାଣୀ ହେମ୍ବ୍ରେମ ପୁଲିସ ସଦଳବଳ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜା ଖୋଜିକରିଥିଲେ, ବାଲିମେଳା ଅଚଂଳରେ ସେ ଯୁବକଙ୍କୁ ଲୁଚାଇ ରଖିଥିବାର ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ଟିମ ସେଠାରେ ପହଁଚି ଅପହୃତ ଯୁବକ ସୁକେଶ ଙ୍କୁ ଉଦ୍ଧାର କରିବା ସହିତ ସେଠାରେ ସଂପର୍କିୟଙ୍କ ଘରେ ଥିବା ଯୁବତୀ ଓ ଭଲପାଉଥିବା ଯୁବକ ଦିନେଶଙ୍କୁ ମଧ୍ୟ ଉଦ୍ଧାର କରି ଥାନାକୁ ଆଣିଥିଲେ । ଯୁବତୀ ଜଣଙ୍କଙ୍କୁ ପୁଲିସ ତାଙ୍କପରିବାର ଙ୍କୁ ହସ୍ତାନ୍ତର କରିବାକୁ ଚାହିଁବାରୁ ୧୯ବର୍ଷରୁ ଉର୍ଦ୍ଦ ବୟସ ଯୁବତୀଙ୍କ ର ହୋଇଥିବାରୁ ଯୁବତୀ ଜଣଙ୍କ ରୋକ ଠୋକ ଭାବେ ନିଜ ଘରକୁ ଯିବାପାଇଁ ମନାକରିଦେଇ ଭଲପାଉଥିବା ଯୁବକ ଦିନେଶଙ୍କ ଘରକୁ ପଳାଇଥିଲେ । ସୁକେଶ ଙ୍କୁ ଆକ୍ରମଣ କରି ହାତଭାଙ୍ଗିଦେବା ଓ ଚିକିତ୍ସିତ ହେଉଥିବା ସମୟରେ ହସପିଟାଲରୁ ଅପହରଣ କରିନେବା ଅଭିଯୋଗରେ ମାଲକାନଗିରି ଥାନା କେସ ନମ୍ବର୨୩୮/୨୦୨୧ ରେ ଏମଭି୧୫ ଗ୍ରାମର ଯୁବତୀଙ୍କ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି, ଏହି ଆକ୍ରମଣ ଓ ଅପହରଣ ମାମାଲା ରେ ଅନ୍ୟକାହାର ହାତ ଥିବାର ସନ୍ଦେହରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ମାଲକାନଗରି ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି ।