Odiapua.com

ପ୍ରେମ ଜନିତ ଘଟଣାରୁ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା, ବାପା ଥାନା ରେ କଲେ ଅଭିଯୋଗ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ପଧାନି ପଂଚାୟତ ର ଦଶନ୍ଧି କୁଳ ଗ୍ରାମ ର ଗୁରୁବାରଦିନ ୧୧ ଟା ରେ ବିଷ୍ଣୁ ଚରଣ ପୁହାଣ ଙ୍କ ଝିଅ ଶୁଭ ଲକ୍ଷ୍ମୀ ସୋଇବା ଘରେ ଫେନ ରେ ନିଜ ବେକ ରେ ରଶି ଲଗାଇ ଆତ୍ମ ହତ୍ୟା କରିଥିଲେ।ପରିବାର ଲୋକ ଡାକ୍ତର ଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଧାମନଗର ପୋଲିସ ୨୭/୨୪ ରେ ଏକ ଅପମୃତ ମାମଲା ରୁଜୁ କରିଥିଲେ । ତେବେ ଶୁକ୍ରବାର ଶୁଭଲକ୍ଷ୍ମୀ ଙ୍କ ବାପା ବିଷ୍ଣୁ ମୋ ଝିଅ ପ୍ରେମ ଜନିତ ଘଟଣା ପାଇଁ ଆତ୍ମ ହତ୍ୟା କରିଛି। ପ୍ରକାଶ ଥାଉ କି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ର ଦତପୁର ଗ୍ରାମ ର ସୁଦର୍ଶନ ଦାସ ଙ୍କ ପୁଅ ସିଦ୍ଧାନ୍ତ ଦାସ ଓ ଶୁଭଲକ୍ଷ୍ମୀ । ସାଙ୍ଗହୋଇ ଯାଜପୁର ଜିଲ୍ଲା ବଉଳାଙ୍ଗ ସ୍ଥିତ ଏସ ଜି କଲେଜ ରେ ପାଠ ପଢୁଥିଲେ ଆଉ ଉଭୟ ଙ୍କ ମଧ୍ୟ ରେ ଧିରେ ଧିରେ ପ୍ରେମ ତାପରେ ଭିଡିଓ କଲ ରେ କଥାବାର୍ତା ହେଉ ହେଉ ନିୟୁଡ୍ ଭିଡିଓ କଲ ପାଇଁ ପ୍ରେମିକ ସିଦ୍ଧାନ୍ତ ନିବେଦନ କଲା ଆଉ ପ୍ରେମିକା ଶୁଭ ରାଜି ମଧ୍ୟ ହୋଇ ନିୟୁଡ୍ ଭିଡିଓ କଲ କରିଥିଲା ଆଉ ତାପରେ ପ୍ରେମିକ ସେଇ ନିୟୁଡ୍ ଭିଡିଓ କଲର ସ୍କିନସଟ୍ କରି ପ୍ରେମିକା କୁ ବାରମ୍ବାର ବ୍ଲାକମେଲ ଓ ମାଗୁଥିଲା ଟଙ୍କା ।ଏଥିରେ ଅତିଷ୍ଠ ହୋଇ ପ୍ରେମକା କଲା ଆତ୍ମହତ୍ୟା ପୁର୍ବରୁ ନିଜ ପାଠପଢା ନୋଟରେ ଏମିତି କିଛି ଲେଖି ଆତ୍ମହତ୍ୟା କରିଥିଲା ଶୁଭ ଲକ୍ଷ୍ମୀ। ବାରମ୍ବାର ପ୍ରେମିକ ସିଦ୍ଧାନ୍ତ ନିୟୁଡ୍ ଫଟୋ ଦେଖାଇ ଟଙ୍କା ମାଗିବାରୁ ପ୍ରେମିକା ଗୁରୁବାର ନିଜ ଶୋଇବା ଘରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି ।ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ବିଷ୍ଣୁ ଙ୍କ ଅଭିଯୋଗ କ୍ରମେ ଧାମନଗର ଥାନା ରେ କେଶ ନମ୍ବର ୪୨୮/୨୪ ରେ ଏକ ମାମଲା ରୁଜୁ କରିଛନ୍ତି । ଆଜି ସଂଧ୍ୟା ରେ ସାଇଂଟିଫିକ୍ ଟିମ ଘଟଣା ସ୍ଥଳ ରେ ପହଂଚି ନମୁନା ସଂଗ୍ରହ କରିଚନ୍ତି । ମୋ ଝିଅ ମରିବା ପଛରେ ସିଦ୍ଧାନ୍ତ ଦାସ ଦାୟୀ ତୁରନ୍ତ ତାକୁ ଗିରଫ କରି ତାଙ୍କ ବିରୋଧ ରେ ଦଣ୍ଡ ବିଧାନ କଲେ ମୋ ଝିଅ ର ଆତ୍ମା ଶାନ୍ତି ପାଇବ ବୋଲି ଶୁଭ ଲକ୍ଷ୍ମୀ ର ବାପା ପୋଲିସ କୁ ନିବେଦନ କରିଛନ୍ତି। ତେବେ ଘଟଣା ର ତଦନ୍ତ ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରି ଫନି ଭୂଷଣ ନାୟକ ପ୍ରକାଶ କରିଛନ୍ତି।