Odiapua.com

ପ୍ରେମ ଜନିତ କାରଣ ରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଂଚାୟତ କୁଟୁରିଆ ରାଜସ୍ୱ ଗ୍ରାମ ର ଦଶନ୍ଧିକୂଳ ଗ୍ରାମର ବିଷ୍ଣୁ ପୁହାଣ ଙ୍କ ଝିଅ ଶୁଭଲକ୍ଷ୍ମୀ ପୁହାଣ (୧୯) ଆଜି ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ଖବରପାଇ ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ୨୭/୨୪ ରେ ରୁଜୁ କରିଛି। ତେବେ ଶୁଭଲକ୍ଷ୍ମୀ ଯାଜପୁର ଜିଲା ଏସଜି କଲେଜରେ ପାଠ ପଢୁଥିଲେ। ଆଜି କଲେଜରୁ ଘରକୁ ଫେରିବା ପରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମ ଜନିତ କାରଣରୁ ସେ ଏପରି କରିଥିବା ପୁଲିସ କହିଛି। ତେବେ ମୃତ ଶୁଭ ଲକ୍ଷ୍ମୀ ନିକଟରୁ ତାଙ୍କର ହାତ ଲେଖା ଚିଠି ପରିବାର ଲୋକ ଜବଦ କରିଛନ୍ତି ।ପ୍ରକାଶ ଥାଉକି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ର ଦତପୂର ଗ୍ରାମର ଜୈନିକ ଯୁବକ ଶୁଭ ଲକ୍ଷ୍ମୀ କୁ ଭଲ ପାଉଥିବା ବେଳେ ତାଙ୍କୁ ଏବେ ବ୍ଲାକ ମେଲ କରୁଥିଲେ ଅତି ଅସହ୍ୟ ହେବାରୁ ଶୁଭ ଲକ୍ଷ୍ମୀ ଆତ୍ମହତ୍ୟା କରିଛି।ତେବେ ହାତ ଲେଖା ଚିଠି ପୋଲିସ ର ହସ୍ତଗତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।