Odiapua.com

ପ୍ରେମିକ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବା ନେଇ ବିରୋଧ କରିବାରୁ ପୁଅ ବାପାଙ୍କ ବେକ କାଟିଦେଲା

ବଲାଙ୍ଗୀର/ସିନ୍ଧେକେଲା, ୧୬-୦୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧିନସ୍ଥ ପରାସରା ଗ୍ରାମର ଦାମୋଦର ସାହୁ (୬୩) ନାମକ ଜଣେ ବ୍ୟକ୍ତିଙ୍କୁ, ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତି ସହ ଅନୈତିକ ସମ୍ପର୍କ ରଖି ନିଜ ସ୍ୱାମୀଙ୍କୁ ଘରୁ ତଡି ଦେଇଥିବା ପରି ଘଟଣା ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ପରାସରା ଗ୍ରାମର ଦାମୋଦର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ସହ ବେଶ ସୁରୁଖୁରୁରେ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ହେଲେ ବିଗତ କିଛି ଦିନ ହେଲା ଉକ୍ତ ଗ୍ରାମକୁ ଦିଲ୍ଲୀପ ସିଂହ ନାମକ ଜଣେ ଯୁବକ ଆସି ତାଙ୍କ ଘର ନିକଟରେ ଏକ ଭଡ଼ା ଘର ନେଇ ରହିଆସୁଥିଲା। ଉକ୍ତ ସମୟ ମଧ୍ୟରେ ଦାମୋଦରଙ୍କ ସ୍ତ୍ରୀ ସହ ଉକ୍ତ ବିହାରରୁ ଆସିଥିବା ଯୁବକ ସହ ଅନୈତିକ ସମ୍ପର୍କ ରଖୁଥିବା ଶ୍ରୀ ସାହୁ ଜାଣିପାରି ଥିଲେ। ଏହି ଅନୈତିକ ସମ୍ପର୍କ ରଖିବା ଜାଣି ସେ ବିରୋଧ କରିବା ଯୋଗୁଁ ତାଙ୍କ ସ୍ତ୍ରୀ ଓ ଉକ୍ତ ଅଭିଯୁକ୍ତ ଦୁହେଁ ତଥା ତାଙ୍କ ପୁଅ ମିଶି ତାଙ୍କୁ ଗୁରୁତର ଭାବେ ଆକ୍ରମଣ କରିଥିଲେ, ତାଙ୍କୁ ଘରୁ ତଡିଦେଇଥିବା ବେଳେ ସେ ଏ ନେଇ ସିନ୍ଧେକେଲା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଉକ୍ତ ପକ୍ଷକୁ ଡକେଇ ତାଙ୍କ ସହିତ ସଲା, ସୁତୁରା ନୀତି କରି ପୋଲିସ ଅଧିକାରୀ ଙ୍କୁ ମୋଟା ଅଙ୍କ ର ଅର୍ଥ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଘରେ ପସେଇ ନ ଦେବା ଓ ବିରୋଧ କରିବା ରୁ ସେ ଏବେ ସର୍ବହରା ପାଲଟି ଅନେକ ଦିନ ହେବ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିଆସୁଛନ୍ତି। ଏ ନେଇ ସେ ବାରମ୍ବାର ସିନ୍ଧେକେଲା ଥାନା କୁ ଦୌଡ଼ି ସୁଦ୍ଧା ପୋଲିସ ର ଅର୍ଥ କାରବାର ଯୋଗୁଁ ସେମାନେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଭିଯୋଗ କରି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣାଇଛନ୍ତି। ସ୍ତ୍ରୀ ସହ ପୁଅ ମିଶି ଶ୍ରୀ ସାହୁ ଙ୍କୁ ଆକ୍ରମଣ କରିବା ସହ ଏକ ପନିକି ରେ ତାଙ୍କ ବେକ କାଟିଦେଇଥିଲା, ରକ୍ତଜୁଡୁ, ବୁଡୁ ଅବସ୍ଥାରେ ଗ୍ରାମବାସୀ ଗୁରୁତର ଶ୍ରୀ ସାହୁ ଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡ଼ାକ୍ତର ଖାନା କୁ ପଠେଇଥିବା ବେଳେ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ରୁ ଡ଼ାକ୍ତର ବଲାଙ୍ଗୀର ଓ ସେଠୁ ବୁର୍ଲା ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇ ଥିଲା। ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ପୂର୍ବ ପରି ଆକ୍ରମଣ କରି ଘରେ ଉକ୍ତ ଅଭିଯୁକ୍ତ ପୁଅ, ସ୍ତ୍ରୀ ଓ ଉକ୍ତ ଯୁବକ ମିଶି ଘରେ ପସେଇ ନ ଦେବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗ ହୋଇଛି। ନିରାଶ ହୋଇ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।