Odiapua.com

ପ୍ରେମିକ ଘର ଆଗରେ ପ୍ରେମିକାର ମୃତ ଦେହ ଧରି ପରିବାର ଲୋକଙ୍କ ଧାରଣା

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମ ପରେ ପ୍ରତାରଣା ପ୍ରେମିକାକୁ ଭଲ ପାଇ ପରବର୍ତୀ ସମୟରେ ତାକୁ ଧୋକା ଓ ହତ୍ୟା ପରି ଅଭିଯୋଗ କରିଛନ୍ତି ପ୍ରେମିକାର ମା।ଏମିତି ଏକ ଘଟଣା ଘଟିଛି ଧାମନଗର ଅଂଚଳରେ ।ଧାମନଗର ଥାନା ଅଧିନ ଚୁଡାକୁଟି ପଂଚାୟତ ସୋରିଷଡିହ ଗ୍ରାମର ଗୋଲଖ ସୁତାରଙ୍କ ଝିଅ ଲିଲି ରାଣ ସୁତାର (୧୬ )ସେହି ଗ୍ରାମର ଦୁର୍ଯ୍ୟେଧନ ବେହେରାଙ୍କ ପୁଅ ଗୌତମ (୨୨) ୮ ମାସ ପୁର୍ବରୁ ଲିଲି ରାଣି କୁଭଲ ପାଇ ଥିଲେ ଏବଂ ତାକୁ ନେଇ ବାଙ୍ଗାଲୋର ପଳେଇଥିଲେ । ଏନେଇ ଝିଅଘର ପରିବାର ପକ୍ଷରୁ ଧାମନଗର ଥାନାରେ ନିଖୋଜ ଅଭିଯୋଗ କରି ପୁଅ ଘର ପରିବାର ଲୋକଙ୍କୁ ପଚାରିଥିଲେ ସେମାନେ କିନ୍ତୁ ଏ ବିଷୟରେ ଜାଣି ନଥିବା କହିଥିଲେ ।ତେବେ ଗତ ୪ ଦିନ ତଳେ ହଠାତ ଗୌତମ ର ପରିବାର ଲୋକେ ଲିଲି ରାଣୀ ଘରକୁ ଆସି ତୁମ ଝିଅ ଗୁରୁତର ଅଛି କଟକରେ ।ଏଭଳି ଖବର ପାଇ ଝିଅର ଅବସ୍ଥା ଏପରି ଜାଣିବା ପରେ ପରିବାର ଲୋକେ କଟକ ଜାଇ ଦେଖିଲେ ଝିଅର ମୃତ୍ୟୁ ଘଟିଛି। ତେବେ ଗତକାଲି ଅର୍ଥାତ ଶୁକ୍ରବାର ସନ୍ଧ୍ୟା ୫ ଟା ରୁ ପୁଅ ଘର ଦୁଆରେ ଲିଲି ର ମୃତଦେହ ରଖି ଝିଅଘର ଲୋକେ ଧାରଣା ରେ ବସି ଥିଲେ ।ଖବର ପାଇ ଧାମନଗର ପୋଲିସ ଗତକାଲି ଠାରୁ ଶବକୁ ଜଗି ବସିଥିବା ବେଳେ ପୁଅ ଗୌତମ ଫେରାର ଅଛି ।ଝିଅଘର ପରିବାର ଲୋକଙ୍କ ଦାବି ପୁଅ ନ ଆସିବା ପର୍ଯ୍ୟନ୍ତ ଆମେ ମୃତଦେହ ଛାଡିବୁନି, କାରଣ ଆମ ଝିଅକୁ ତୁମ ପୁଅ ହତ୍ୟା କରିଛି । ତେବେ ଆଜି ଧାମନଗର ତହସିଲଦାର ଦୀପକ ଦାସ ଙ୍କ ଉପସ୍ଥିତି ରେ ସବ କୁ ପୋଷ୍ଟ ମଟମ ପାଇ ଭଦ୍ରକ ପଠାଇ ଥିଲେ। ଡାକ୍ତର ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଫଣୀ ଭୂଷଣ ନାୟକ କହିଛନ୍ତି ।