Odiapua.com

ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାସ୍ୱତ ପ୍ରେମର ନିରର୍ଥକ ପ୍ରୟାସ । ଯେତେବେଳେ ପ୍ରେମ ପ୍ରତାରଣାରେ ପରିଣତ ହୁଏ । ସେତେବେଳେ ନାରୀ ପାଲଟିଯାଏ ସଂହାରକାରିଣୀ । ଯାହାର ନିଚ୍ଛକ ଉଦାହରଣ ବାସୁଦେବପୁରରେ ଦେଖିବାକୁ ମିଳିଛି । ବାସୁଦେବପୁର ଥାନା ଅଧୀନ ପଦ୍ମପୁର ପଂଚାୟତର ରୁକୁଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା । ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୂରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ ସହାନୁଭୂତି ଦେଖାଇବା ସହ ପ୍ରେମିକ ଘରକୁ ଅନେକ ସମୟରେ ବୁଲିବାକୁ ଆସୁଥିଲା । ଏମିତି ବି ପ୍ରେମିକ ଚାଳଛପରକୁ ମରାମତି କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲା ବୋଲି ଶୁଣିବାକୁ ମିଳିଛି । ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଆସିଥିବା ସମୟରେ ଭାବି ଶାଶୁଙ୍କ ଅସହ୍ୟ କଥା ସହିନପାରି ଶେଷରେ ପ୍ରେମିକର ଘରେ ନିଆଁ ଲଗାଇ ଦେଇଥିଲା ପ୍ରେମିକ । ଅପରପକ୍ଷରେ ନିଜ ପୁଅକୁ ଏକତରଫା ଭଲପାଇ ଆସୁଥିବା ଯୁବତୀ ଜଣକ ବ୍ଲାକ୍‌ମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ପରେ ଶୁକ୍ରବାର ଅପରାହ୍ନ ସମୟରେ ଘରେ ନିଆଁ ଲଗାଇବାକୁ ନେଇ ଆଜି ଥାନାରେ ଲିôତ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗକୁ ଭିତିକରି ବାସୁଦେବପୁର ପୁଲିସ୍ ଯୁବତୀ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।