Odiapua.com

ପ୍ରେମିକ ଆଗରେ ଯୁବତୀ ସହ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ

ପ୍ରୟାଗରାଜ ୨୪-୯ (ଓଡ଼ିଆ ପୁଅ) ପ୍ରୟାଗରାଜରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ୁଛି ଯେ, ଜଣେ ଯୁବକ ଏକ ନିର୍ଜନ ସ୍ଥାନରେ ଯୁବତୀଙ୍କ ସହ ଅସଦାଚରଣ କରୁଛି। ଜଣେ ଯୁବକ ଅଭିଯୁକ୍ତଙ୍କ ଗୋଡ଼ ଧରି ଛାଡ଼ିଦେବା ପାଇଁ ନିବେଦନ କରୁଛି। କିନ୍ତୁ ଅଭିଯୁକ୍ତମାନଙ୍କ ଉପରେ କୌଣସି ଫରକ ପଡ଼ୁନାହିଁ। ଯୁବତୀ ମଧ୍ୟ କାନ୍ଦି ଛାଡିଦେବାକୁ ଅନୁରୋଧ କରୁଛି।

ଅଭିଯୁକ୍ତ ଯୁବତୀର ଓଢ଼ଣୀ ଛଡ଼େଇ ନେବାକୁ ଚେଷ୍ଟା କରୁଛି। କିନ୍ତୁ ଯୁବତୀ ବାରମ୍ବାର ଓଢ଼ଣୀରେ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛି। ଅଭିଯୁକ୍ତର ଜଣେ ସାଙ୍ଗ ଭିଡ଼ିଓ ପ୍ରସ୍ତୁତ କରୁଛି। ବୁଧବାର ଦିନର ଏହି ଘଟଣା ବୋଲି କୁହାଯାଉଛି।

ଖବର ଅନୁଯାୟୀ, ଅଭିଯୁକ୍ତର ପାଦ ଧରିଥିବା ଯୁବକ ଜଣକ ହେଉଛନ୍ତି ଯୁବତୀର ହେବାକୁ ଯାଉଥିବା ବର। ଉଭୟଙ୍କର ନିର୍ବନ୍ଧ ହୋଇସାରିଛି।

ଭିଡିଓଟି ୧.୦୯ ସେକେଣ୍ଡର ଅଟେ। ଏଥିରେ ତିନି ଜଣଙ୍କୁ ଦେଖାଯାଉଛି। ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୁକ୍ତର ସହଯୋଗୀ ଯୁବକଙ୍କୁ ବାରମ୍ବାର ପାଦ ଛାଡ଼ି ମୁହଁ ଦେଖାଇବାକୁ କହୁଛି। ଯୁବତୀ କହୁଛି ମୋତେ ମୋ ବାପାଙ୍କ ସହ କଥା ହେବାକୁ ଦିଅ। ଆମର ନିର୍ବନ୍ଧ ହୋଇସାରିଛି।

ଅଭିଯୁକ୍ତର ପାଦ ଧରୁଥିବା ଯୁବକ ଜଣକ ଯୁବତୀକୁ ଛାଡିଦେବା ପାଇଁ କ୍ରମାଗତ ଭାବରେ କହୁଥାଏ। ଯେତେବେଳେ ଅଭିଯୁକ୍ତ କହିଲାଯେ, ପାଦ ଛାଡ଼େ, ନହେଲେ ମରିବୁ ତା’ପରେ ଭୟରେ ସେ ଅଭିଯୁକ୍ତଙ୍କ ଗୋଡ଼ ଛାଡ଼ି ଦେଇଥିଲେ।

ଏଖ ଖବର ଅନୁଯାୟୀ, ଯୁବତୀ ଜଣକ ମାଉମାର ବାସିନ୍ଦା। ସେ ସୋରୋନର ଜଣେ ଯୁବକ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଯେ, ଯୁବକ ଜଣକ ତାଙ୍କ ଭାବିପତ୍ନୀଙ୍କୁ ଭେଟିବା ପାଇଁ ମାଉମା ଆସିଥିଲେ। ତା’ପରେ ଅଭିଯୁକ୍ତ ଯୁବକମାନେ ଯୁବତୀଙ୍କୁ ଧରି ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଏସଏସପି ପ୍ରୟାଗରାଜ ଶୈଳେଶ କୁମାର ପାଣ୍ଡେ କହିଛନ୍ତି, “ମାମଲା ଆମ ନୋଟିସକୁ ଆସିଛି। ତଦନ୍ତ ଚାଲିଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”