Odiapua.com

ପ୍ରେମିକ ଆଗରେ ପାଞ୍ଚ ଜଣ ଯୁବକ କଲେ ରେପ୍‌, ଭିଡ଼ିଓ ଭାଇରାଲ

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ବିହାରର ବୈଶାଳି ଜିଲ୍ଲାର ଜଣେ ପ୍ରେମିକଙ୍କ ସାମ୍ନାରେ ଜଣେ ନାବାଳିକାକୁ ଚାରି ପାଞ୍ଚଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଅଭିଯୁକ୍ତମାନେ ମଧ୍ୟ ଏହାର ଅଶ୍ଳୀଳ ଭିଡିଓ ଭାଇରାଲ କରିଛନ୍ତି। ନାବାଳିକାଙ୍କ ଅଭିଯୋଗରେ ପୋଲିସ ଏଫ୍ଆଇଆର୍ ପଞ୍ଜିକୃତ କରିଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଛି। ଏହି ଭିଡ଼ିଓରେ ପ୍ରେମିକ ହାତଯୋଡ଼ି ଛାଡ଼ିଦେବା ପାଇଁ ଅନୁରୋଧ କରୁଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁଷ୍କର୍ମ ଜାରୀ ରଖିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛିଯେ, ବିହାରରେ ସରକାର ପରିବର୍ତ୍ତନ ପରେ ଏଭଳି ଘଟଣା ରାଜନୀତିକୁ ସରଗରମ କରିବ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।

ଘଟଣାଟି ଘଟିଛି ବିହାରର ବୈଶାଲି ଜିଲ୍ଲାରେ। କିଛି ଯୁବକ କ୍ଷେତରେ ଏକ ପ୍ରେମୀ ଯୁଗଳଙ୍କୁ ଧରିଥିଲେ। ଏହା ପରେ ୪-୫ ଜଣ ଯୁବକ ପୋଲିସକୁ ଡାକିବାକୁ ଧମକ ଦେଇ ପ୍ରେମିକ ସାମ୍ନାରେ ନାବାଳିକାକୁ ବଳାତ୍କାର କରିଥିଲେ। ଯେତେବେଳେ ନାବାଳିକା ବେହୋସ ହୋଇଯାଇଥିଲା, ଯୁବକମାନେ ଦୌଡ଼ି ପଳାଇଯାଇଥିଲେ। ଯୁବକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ।

ପୀଡ଼ିତା ବାଳିକାର ବୟସ ୧୫ ବର୍ଷ। ବର୍ତ୍ତମାନ ଅବସ୍ଥା ଗୁରୁତର ରହିଛି। ବାଳିକାଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟଯେ, ଶନିବାର ଦିନ ୯ମ ଶ୍ରେଣୀରେ ପଢ଼ୁଥିବା ଏହି ପୀଡ଼ିତା ଛାତ୍ରୀ (୧୫) ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଏକ ନିଛାଟିଆ ଯାଗାକୁ ଯାଇଥିଲା। ଦୁହେଁ କ୍ଷେତରେ କଥା ହେଉଥିଲେ। ତା’ପରେ କିଛି ଯୁବକ ସେଠାରେ ପହଞ୍ଚିଥିଲେ। ସେଠାରେ ଦୁହିଁଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ। ଯୁବକମାନେ ସେମାନଙ୍କର ପୋଷାକ କାଢ଼ି ସେମାନଙ୍କୁ ପିଟିଥିଲେ। ତା’ପରେ ପୋଲିସକୁ ଡାକିବାକୁ ଧମକ ଦେଇ ବାଳିକାକୁ ବଳାତ୍କାର କରିଥିଲେ। ଉଭୟ ପାଦ ଧରି ଛାଡ଼ି ଦେବାକୁ ନିବେଦନ କରିଥିଲେ ମଧ୍ୟ ଯୁବକମାନେ ଛାଡ଼ିନଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା ପୋଲିସ କହିଛି।