ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଂଚଳ ଅପହରଣ ଭଳି ଅନେକ କେଶ ପୋଲିସ ମୁଣ୍ଡ ବିନ୍ଧାର କାରଣ ହେଉଛି ଏପରି କି ନାବାଳକ ଛାତ୍ରଛାତ୍ରୀ ଏପରି ଘଟଣାରେ ଲିପ୍ତ ରହୁଛନ୍ତି। ନିକଟରେ ଭୁବନେଶ୍ୱର ଟ୍ରାଫିକ କନେଷ୍ଟବଳ ଘଟଣା ଭଳି ଏକ ପ୍ରତାରଣା ଘଟଣା ପୋଲିସ ହାତରେ ପଡ଼ିଛି ହେଲେ ହେଲେ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି। ଦୀର୍ଘ ବର୍ଷ ଧରି ଜଣେ ଯୁବତୀକୁ ପ୍ରେମ ସମ୍ପର୍କ ରଖି ପତାରଣା କରିବା ଅଭିଯୋଗରେ ଧାମନଗର ପୁଲିସ ସମ୍ପୃକ୍ତ ପ୍ରେମିକ କୁ ଗିରଫ କରିଛି।ପ୍ରକାଶ ଥାଉ କି ଧାମନଗର ଥାନା କଲ୍ୟାଣୀ ପଂଚାୟତ ବନସର ଗ୍ରାମର ବିସ୍ମୟ ସାମଲ (୩୫) ସେହି ଗ୍ରାମର ଜନୈକା ଯୁବତୀଙ୍କ ସହିତ୨୦୦୯ ମସିହା ରୁ ପ୍ରେମ ସମ୍ପର୍କ ରଖି ଆସିଥିଲା। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ତାଙ୍କ ସହିତ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ବିବାହ କରୁନାହାନ୍ତି। ସେହିପରି ଯୁବତୀଙ୍କ ଠାରୁ ବିଭିନ୍ନ ସମୟରେ ହଜାର ହଜାର ଟଙ୍କା ନେଇ ଥିଲେ ମଧ୍ୟ ଫେରାଉ ନାହାନ୍ତି। ଶେଷରେ ଯୁବତୀ ଜଣଙ୍କ ନିରୁପାୟ ହୋଇ ଗୁରୁବାର ଧାମନଗର ଥାନାରେ ଅଭିଯୋଗ କରିଥିଲେ। ଧାମନଗର ଥାନା ଅଧିକାରି ରଞ୍ଜନ ସେଠୀ ଘଟଣା ର ଗୁରୁତ୍ୱ ଦେଇ ନିଜେ ତଦନ୍ତ କରିଥିଲେ । କେସ ନମ୍ବର ୩୪୭/୨୫ ରେ ଏକ ମାମଲା ରୁଜୁ କରିଛନ୍ତି।ପ୍ରତାରିତ ପ୍ରେମିକ ଜଣକ ବାସୁଦେବପୁର ଠାରେ ଡାକ ବିଭାଗରେ ଚାକିରି କରି ସେଠାରେ ରହୁଥିବାରୁ ପୋଲିସ ବିଶେଷ ସୂତ୍ର ରୁ ଖବରପାଇ ସେଠାରୁ ପ୍ରେମିକ କୁ ଗିରଫ କରିଛନ୍ତୀ । ପ୍ରେମିକା କୁ ଶୁକ୍ରବାର ଦିନ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଶନିବାର କୋର୍ଟ ଚାଲାଣ କରା ଯିବ ବୋଲି ଥାନାଧିକାରୀ ରଞ୍ଜନ ସେଠୀ କହିଛନ୍ତି।