Odiapua.com

ପ୍ରେମିକର ପାଗଳାମି, ପ୍ରେମିକାର ଘର ପୋଡ଼ିବା ପରେ ପୁଣି ଆକ୍ରମଣ, ପୁଲିସ ହାତରେ ପ୍ରେମିକ

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମରେ ଯେବେ ପ୍ରତାରଣା ହୁଏ ତେବେ ଏମିତି ନିଆଁ ଲାଗେ ।ପ୍ରଥମେ ବିବାହର ଧମକ ପରେ ମୃତ୍ୟୁର ଧମକ ।ଶେଷରେ ପ୍ରେମିକାର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ନେଇ ଥାନାରେ ପ୍ରେମିକା ଅଭିଯୋଗ ପରେ ପ୍ରେମିକ ଫେରାର ଥିବା ବେଳେ ପୁଣି ଏବେ ପ୍ରେମିକା ଘର ଲୋକ ଙ୍କୁ ଧମକ ଦେଇ ପ୍ରେମିକ ଏବେ ପୋଲିସ ହାତରେ ଧରା ପଡ଼ିଛି।ଧାମନଗର ଥାନା ଚୁଡାକୁଟି ପଂଚାୟତ ବିଦ୍ୟାଧରପୁର ଗ୍ରାମର ରମେଶ ଦାସଙ୍କ ପୁଅ ଜୋତିରଞ୍ଜନ ଦାସ (୨୮) ଧାମନଗର ଥାନା ଅଧିନ ଆନନ୍ଦପୁର ପଂଚାୟତ ଗୋପାଳ ସାହିର ଜୈନିକା ଯୁବତୀଙ୍କୁ ଭଲପାଇ ଆସୁଥିଲା । ପ୍ରେମିକ ଜୋତିରଞ୍ଜନ ଯୁବତୀଙ୍କୁ ବାରମ୍ବାର ଦେଖା କରିବା ପାଇଁ ବାଧ୍ୟ କରିବା ସହ ବିବାହ ପାଇଁ ଜିଦି ଧରି ବସିଥିଲେ। ପ୍ରେମିକା ବିବାହ ପାଇଁ ରାଜି ନହେବାରୁ ଉଭୟଙ୍କ ଫଟୋ ଭାଇରାଲ କରିବା ସହ ମାରିବାର ଧମକ ଦେଇଥିବା ଅଭିଯୋଗ କରିଥିଲେ ଯୁବତୀ ।କେବଳ ସେତିକି ନୁହେଁ ଦୁଇ ଦୁଇ ଥର ଉକ୍ତ ଯୁବକ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।ଫଳରେ ୫ ବଖରା ଘର ଜଳିଯିବା ସହ ସମସ୍ତ ସୁନା ଗହଣା, ଆସବାବପତ୍ର ,ଚାଉଳ ଓ ସମସ୍ତ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିଲା।ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ।ତେବେ ଶୁକ୍ରବାର ରାତି ରେ ପ୍ରେମିକ ପୁଣି ପ୍ରେମିକା ର ଗାଁ ରେ ବୁଲୁଥିବା ଦେଖି ଗ୍ରାମ ର କିଛି ଯୁବକ ଉକ୍ତ ପ୍ରେମିକ କୁ କାବୁକରି ଧାମନଗର ପୋଲିସ କୁ ଜିମା ଦେବା ପରେ ପୋଲିସ ଘଟଣା ର ତଦନ୍ତ କରୁଛନ୍ତି। ତେବେ ଉକ୍ତ ପ୍ରେମିକ ନାମରେ ପୂର୍ବରୁ ଘରପୋଡି କେସ ଥିବାରୁ ଘଟଣା ର ତଦନ୍ତ କରୁଛନ୍ତି ।