Odiapua.com

ପ୍ରେମରେ ଧୋକାପାଇ ବିବାହିତା ମହିଳା କଲେ ଆତ୍ମହତ୍ୟା

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ପ୍ରେମ ଅଢେଇ ଅକ୍ଷର ଏକ ଏମିତି ଶଦ୍ଧ ତା ପାଇଁ କିଏ ଘରସଂସାର ଛାଡି ଚାଲି ଯାଏ ତ ଆଉକିଏ ପାଗଳ ହୋଇ ଘୁରିବୁଲେ ଓ ପ୍ରେମରେ ବିଫଳ ହେଲେ ଆତ୍ମ ହତ୍ୟାକରିବାକୁ ପଛାଏ ନାହିଁ। ଏମିତି ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ପୁରଣା ମେଡିକାଲ ଛକ ନିକଟରେ। ପ୍ରେମରେ ଧୋକା ପାଇ ଜଣେ ବିବାହିତା ମହିଳା ନିଜବେକରେ ଓଡଣୀ ପାଶି ଲଗାଇ ଆତ୍ମହତ୍ୟାକରିଛନ୍ତି। ଘଟଣାରୁ ପ୍ରକାଶ ଯେ କାଲିମେଳା ଥାନାସ୍ଥ ପୁଲିମେଚଲା ପଚାଂୟତର ଏମପିଭି୧୪ ଗ୍ରାମର ୨୫ବର୍ଷୀୟା ମହିଳାଙ୍କୁ ତାଙ୍କର ବାପା ଏମଭି ୪୬ ଗ୍ରାମରେ ବିବାହ ଦେଇଥିଲେ। ଶାଶୁଘରେ କିଛି ଦିନ ବିତିଗଲାପରେ ମାଲକାନଗିରି ଥାନାସ୍ଥ ଏମଭି ୧୬ ଗ୍ରାମର ଜଣେ ଯୁବକ ବାରମ୍ବାର ମଙିଳାଙ୍କୁ ଫୋନକରି ନାନାପ୍ରକାର ପ୍ରଲୋଭନ ଦେଖାଇବା ସହିତ ତୁମେ ଶାଶୁଘର ଛାଡି ପଳାଇଆସ ତୁମେ ଆହୁରି ପାଠପଢିବ, ମୁ ତୁମକୁ ବିବାହ କରିବି ଆମେ ଖୁସିରେ ରହିବା କହି ଲୋଭ ଦେଖାଇଥିଲା। ମହିଳା ପ୍ରଲୋଭନରେ ପଡି ବିବାହିତ ସ୍ୱାମୀଙ୍କୁ ଛାଡପତ୍ର ଦେଇ ପ୍ରେମିକ ନିକଟକୁ ପଳାଇଆସିଥିଲା। କିନ୍ତୁ ପ୍ରେମିକଙ୍କ ଘର ଲୋକେ ଉକ୍ତ ମଙିଳାଙ୍କୁ ତାଙ୍କଘରେ ପୁରାଇ ନଦେବାରୁ ପ୍ରେମିକ ଜଣକ ପ୍ରେମିକାଙ୍କୁ ମାଲକାନଗିରି ପୁରଣାମେଡିକାଲ ଛକ ନିକଟରେ ଭଡାଘର ନେଇ ରହିଲେ। ଏମିତି ଏକ ବର୍ଷ ବିତିଗଲା ପରେ ମଧ୍ୟ ପ୍ରେମିକ ପ୍ରେମିକାଙ୍କୁ ବିବାହ ନକରି ସେମିତି ପାଖରେ ରଖିଥିଲେ। ମୋତେ ବିବାହ ହେବ କହି ଆଣିଲ ବିବାହ କାହିଁକି କରୁନାହଁ ବୋଲି ମହିଳା ଜଣକ, ପ୍ରେମିକଙ୍କୁ ବାରମ୍ବାର କହିବା ପରେ ମଧ୍ୟ ବିଭିନ୍ନ ଆଳଦେଖାଇ ଚୟନ ଏକଥାକୁ ଗୁରତ୍ୱ ଦେଉନଥିଲେ। ଗୋଟିଏ ପଟେ ବିବାହିତ ସ୍ୱାମୀଙ୍କୁ ଛାଡପତ୍ରଦେଇ ପଳାଇଆସିବା ଅନ୍ୟପଟେ ପ୍ରେମିକଙ୍କ ପରିବାର ଉକ୍ତ ମଙିଳାଙ୍କୁ ଗ୍ରହଣ ନକରିବା ଓ ପ୍ରେମିକ ଜଣକ ମଙିଳାଙ୍କୁ ବିବାହ ନ ହୋଇ ଗୃହବନ୍ଦିଭାବେ ରଖିବା ଘଟଣାରେ ସେ ବିବ୍ରତ ହୋଇପଡି ନିଜର ମାନସିକ ଭାରସାମ୍ୟ ହରାଇବସିଲେ। ସେ ଏକୁଳର ହେବେ ନା ସେ କୁଳରେ ହେବେ ଏହା ଭାବି ଗତ କାଲି ଅପରାହ୍ନରେ କାଜଲ ତାଙ୍କ ବାପାଙ୍କୁ ଫୋନ ଯୋଗେ ଘଟଣାକୁ ସମାଧନକରି ଉକ୍ତ ପୁରୁଷଙ୍କ ଘରକୁ ଯାଇ ବିବାହ କରାଇଦିଅ ବୋଲି କହିଥିଲେ। ସେହି ଦିନ ଉକ୍ତ ପୁରୁଷଙ୍କ ସହିତ ଯୁକ୍ତିତର୍କ ହେବା ସହିତ ମନାନ୍ତର ଘଟିଥିଲା। ଗତକାଲି ସନ୍ଧ୍ୟାରେ ବଡଭଉଣୀ ଙ୍କ ସହିତ ମଙିଲା ଜଣକ ଫୋନକରି ମୋର ଅନ୍ତିମ ଦର୍ଶନ କରିବାକୁ ଆସିବ କହି ନିଜବେକରେ ଓଡୋଣୀ ବାନ୍ଧି ଘରେ ଫାସି ଲଗାଇ ଝୁଲିପଡିଥିବାର ଜଣାପଡିଛି। ସନ୍ଧ୍ୟା ୬ଟାରେ ପରିବାର ଲୋକେ ଆସିଦେଖିଲା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ମଙିଳାଙ୍କ ପରିବାର ଲେକେ ଏ ସଂପର୍କରେ ମାଲକାନଗିରି ଥାନାରେ ଜଣାଇବା ପରେ ଥାନା ଅଧିକାରୀ ଶୌମେନ୍ଦ୍ର ତ୍ରୀପାଠୀ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ମଙିଳାଙ୍କର ମୃତଶରୀର ଜବତ କରି ଶବ ବ୍ୟବଛେଦ ପାଇଁ ମାଲକାନଗିରି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏହି ଘଟଣାପରେ ପ୍ରେମିକ ଫେରାର ହୋଇଯାଇଥିବାରୁ ପୁଲିସ ତାଙ୍କୁ ଖୋଜା ଚଳାଇଛନ୍ତି।