Odiapua.com

ପ୍ରାପ୍ୟ ନ ପାଇବାରୁ ରଣପୁର ବ୍ଲକ୍ ଜି.ଆର.ଏସ୍ ସଂଘ ତରଫରୁ ଧାରଣା ପାଇଁ ଚିଠି

ନୟାଗଡ/୦୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଦେଶରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ପ୍ରତି ଗ୍ରାମ ପଂଚାୟତରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି ଦିଆ ଯାଇଥିଲା କିନ୍ତୁ ସେମାନଙ୍କୁ ମନରେଗା କାର୍ଯ୍ୟ ବାହାରେ ଅନ୍ୟ କାମରେ ଅର୍ଥ ପ୍ରଦାନ କରାଯିବ ବୋଲି ଲୋଭ ଦେଖାଇ କାର୍ଯ୍ୟ କରାଯାଉଛି। କିନ୍ତୁ ଭୟ ଦେଖାଇ ଶୋଷଣ କରାଯାଉଛି ବୋଲି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ରେ କାର୍ଯ୍ୟରତ ଜି.ଆର.ଏସ୍ ମାନେ ସେମାନଙ୍କ ପ୍ରାପ୍ୟ ନଦେଇ ଗୋତି ଶ୍ରମିକ ଭାବେ ଖଟାଉଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ହେଲା ବିଡିଓଙ୍କୁ ନିଜର ଶ୍ରମ ଅର୍ଥ ଦାବି କରାଯାଉଥିଲେ ମଧ୍ୟ ବିଡିଓ ବକେୟା ଅର୍ଥ ପ୍ରଦାନ କରୁନାହାନ୍ତି। ଯାହା ଫଳରେ ଜିଇଓ ଟ୍ୟାଗ୍, ମୋବିଲିଟ, ଇନ୍ସେଟିଭ୍, ମୋବାଇଲ୍ ଖର୍ଚ୍ଚ, ଇ.ପି.ଏଫ୍ ଓ ବକେୟା ଦରମା ପାଉନଥିବା ଯୋଗୁଁ ଆସନ୍ତା ଡିସେମ୍ବର ୯ତାରିଖଠାରୁ ରଣପୁର ବ୍ଲକ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସମ୍ପର୍କେ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣା ପଡିଛି। ଏହି ସମ୍ପର୍କେ ସମ୍ପାଦକ ମୃତ୍ୟୁଞ୍ଜୟ ନାୟକ ଓ ସଂଘର ସଭାପତି ଲକ୍ଷ୍ମୀଧର ଜେନା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଏସମ୍ପର୍କେ ରଣପୁର ବିଡିଓ ରଶ୍ମିରେଖା ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେଉଁ କଣ୍ଟିଜେନ୍ସି ଫଣ୍ଡରୁ ସେମାନେ ପ୍ରାପ୍ୟ ପାଇବା କଥା ସେହି ଫଣ୍ଡ୍ ରେ ଅର୍ଥ ନାହିଁ। ଅର୍ଥ ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ। ସେମାନେ ଯଦି ଧାରଣା ଦେବେ ତାହେଲେ ତାର ପ୍ରତିଫଳ ସେମାନେ ପାଇବେ। ପୁର୍ନବାର ଏସମ୍ପର୍କେ ସଂଘର ସଭାପତି ଲକ୍ଷ୍ମୀଧର ଜେନାଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପ୍ରାପ୍ୟ ପାଇଁ କଣ୍ଟିଜେନ୍ସି ଆସିଥିଲା କିନ୍ତୁ ଆମ୍ଭକୁ ପ୍ରଦାନ ନକରି ଅନ୍ୟ ବାଟରେ ଖର୍ଚ୍ଚ କରି ଆମ୍ଭ ମାନଙ୍କୁ ରଣପୁର ବ୍ଲକ୍ ପ୍ରଶାସନ ଭୁଆଁ ବୁଲାଉଛି। ପେଟ ପାଟଣାର କଥା କେତେଦିନ ଆମ୍ଭେମାନେ ଆଉ ବୋତି ଶ୍ରମିକ ଖଟିବୁ। ୭ହଜାର ଟଙ୍କା ଦରମାରେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଆମେ ଅକ୍ଷମ ହୋଇ ପଡିଛୁ। ଏଣୁ ପରିବାର ବୋଝ ସମ୍ଭାଳିବା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ନିଷ୍ପତି ନେଇଛୁ। ଏ ସମ୍ପର୍କେ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ରାୟ ବାବୁଙ୍କ ଫୋନ୍ କୁ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।