Odiapua.com

ପ୍ରାଧ୍ୟାପକ ଦାମୋଦର ସାହୁଙ୍କ ସ୍ମୃତିସଭା, କର୍ମ ହିଁ ମଣିଷର ମାପକାଠି

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ଜୀବନର ସବୁଠାରୁ ବଡ଼ ହେଉଛି କର୍ମ । ସେହି କର୍ମ ହିଁ ତା’ର ମାପକାଠି । ମଣିଷର ମୃତ୍ୟୁ ପରେ ଯଦି କିଛି ଲୋକ ତାଙ୍କ ଗୁଣଗାନ କରନ୍ତି ତାହା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କୁହାଯାଏ । ଦାମୋଦର ସାର୍ ଜଣେ ଏଭଳି ମଣିଷ ଥିଲେ ଯିଏକି ସମ୍ପୂର୍ଣ୍ଣ ଭିନ୍ନ ପରିଚୟର ମଣିଷ । ଯାହାଙ୍କ ପାଇଁ କର୍ମ ଭଗବାନ । କର୍ମ ହିଁ ତାଙ୍କ ମଣିଷ ପଣିଆର ମାପକାଠି ଥିଲା ବୋଲି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ବକ୍ତାମାନେ ସ୍ମୃତିଚାରଣ କରି ପ୍ରକାଶ କରିଥିଲେ । ଭଦ୍ରକ କଲେଜର ପୂର୍ବତନ ପ୍ରାଧ୍ୟାପକ ଦାମୋଦର ସାହୁଙ୍କ ଶ୍ରାଦ୍ଧବାର୍ଷିକୀ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି । ଦାମୋଦର ସାହୁ ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ସ୍ମୃତିସଭାରେ ବିଭୂତି ସେନାପତି ଅଧ୍ୟକ୍ଷତା କରିଥିଲେ ।

ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପୂର୍ବତନ ଡେପୁଟି କଲେକ୍ଟର ପଦ୍ମନ ରାୟ, ସାହିତ୍ୟିକ ଡକ୍ଟର ଚିତ୍ତ ରଂଜନ ବେହେରା, ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସମ୍ପାଦକ କୈଳାସ ମହାପାତ୍ର, ପ୍ରାଧ୍ୟାପକ କମଳକାନ୍ତ ସ୍ୱାଇଁ, ପ୍ରାଧ୍ୟାପକ କମଳାକାନ୍ତ ଜେନା, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ପ୍ରେମପୃଥିବୀର ସମ୍ପାଦକ କୈଳାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପତ୍ନୀ ମଧୁଶ୍ରୀ ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲା ବେଳେ ଦିଗମ୍ବର ଖଟୁଆ ଏବଂ ତାଙ୍କ ପତ୍ନୀ ପହ୍ମାବତୀ ଖଟୁଆ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ଶାନ୍ତନୁ କୁମାର ରାଉତ, ଅଧ୍ୟାପିକା ଡକ୍ଟର ରାଧାରାଣୀ ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତ ହରିହର ନାୟକ, ଶଙ୍କର ବେହେରା, ପୁଣ୍ୟଶ୍ଳୋକ ବେହେରା, ସଚ୍ଚିଦାନନ୍ଦ ପଣ୍ଡା, ବାବୁଲାଲ ଦାସ, ଦେବେନ୍ଦ୍ର ଖୁଣ୍ଟିିଆ ପ୍ରମୁଖ ବକ୍ତବ୍ୟ ରଖି ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ପ୍ରାଧ୍ୟାପକ କମଳାକାନ୍ତ ଜେନାଙ୍କୁ ‘ବିରଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଶେଷରେ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।