Odiapua.com

ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗ ତରଫରୁ ଏକ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସର କାଉନସିଲର ତଥା ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ବିଭୁତି ଭୁଷଣ ଆଚାର୍ଯ୍ୟ, ଏନସିସି ଅଫିସର ହିମାଂଶୁ ଚରଣ ସାହୁ, ଏନଏସଏସ ପ୍ରୋଗ୍ରାମ ଅଫିସର କାର୍ତ୍ତିକ ଚନ୍ଦ୍ର ସି, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବିଶ୍ୱନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରାଥମିକ ଚିକିତ୍ସାର ସଦୁପଯୋଗ ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଛାତ୍ର ଛାତ୍ରୀ ନୀଳାମ୍ବର ବେହେରା, ଜିରୁତି ରାଜ ପ୍ରଧାନ, ଦେବାଶିଷ ସାହୁ, ଯୋଗେଶ୍ୱର ଦିଗାଲ, ପ୍ରିୟଙ୍କା ଦଳାଇ, ଦୀପା ଉଠାନ ସିଂ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କର ସନ୍ଦେହ ମୋଚନ କରିଥିଲେ। ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।