Odiapua.com

ପ୍ରାଚୀର ସାହିତ୍ୟ ପତ୍ରିକା ‘ସହୋଦର’ ଲୋକାର୍ପିତ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନୂଆବଜାର ମୁଖ୍ୟ ଡାକଘର ଛକଠାରେ ଋତୁରାଜ ଟି ଷ୍ଟଲ ପ୍ରାଚରୀରେ ପ୍ରାଚୀର ସାହିତ୍ୟ ପତ୍ରିକା ‘ସହୋଦର’ର ୮ମ ସଂସ୍କରଣ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଅଜୟ ନାୟକ ଏହାକୁ ଉଦ୍‌ଘାଟନ କରି ପ୍ରାଚୀର ସାହିତ୍ୟ ମୁକ୍ତ ସାହିତ୍ୟ, ଏହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ପାଠକୀୟ ଆଦୃତିର ଏକ ଅଭିନବ ପନ୍ଥା । ‘ସହୋଦର’ ସାହିତ୍ୟ ପ୍ରାଚୀର ପତ୍ରିକା ଆଜି ସାହିତ୍ୟ ଜଗତରେ ଏକ ଆଲୋଡ଼ନ, ଯାହା ପାଇଁ ଏହି ପତ୍ରିକା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି କହିଥିଲେ । ଏଥି ସହିତ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଚର୍ଚ୍ଚିକା ମହାପାତ୍ର, ଡଃ ପ୍ରଭାତ ନଳିନୀ ମହାପାତ୍ର, ରତିକାନ୍ତ ବେହେରା, ଶରତ ନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦିକା ସୁଜାତା ରାଉତ, ପ୍ରକାଶକ ଅଶୋକ କୁମାର ନାୟକ, ସହସମ୍ପାଦକ ଋତୁରାଜ ଅକ୍ଷୟ, କଳାସଂପାଦକ ଚୂଡାମଣି ଦାସ, ସୃଜନୀ ସମ୍ପାଦକ କିଶୋର ପାଣିଗ୍ରାହୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ଦୀପ୍ତିମୟୀ ସାହୁ, ଦମୟନ୍ତୀ ରାଉତ, ପ୍ରୀତିଲତା ପଣ୍ଡା, ଲିପ୍‌ସା ସାହୁ, ସସ୍ମିତା ସାହୁ, ଦ୍ୱିତୀକୃଷ୍ଣା ରାଉତ, ରୂପକ ବିହାରୀ ରାୟ, ସୁଧାକର ରାଉତ, ବିଜୟ ଜେନା, ଗୌରାଙ୍ଗ ବାରିକ, ମୋନାଲିସା ସାହୁ, ଗୀତାଞ୍ଜଳୀ ମହାରଣା, ସଦାନନ୍ଦ ପାଣିଗ୍ରାହୀ, ନୃସିଂହ କରଣ, ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଜୟ କୁମାର ବହଳୀ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଗୀତାରାଣୀ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ ।