Odiapua.com

ପ୍ରାଚୀର ସାହିତ୍ୟ ଆଗାମୀ ଦିନର ଏକ ଆନ୍ଦୋଳନ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟର ପ୍ରଚାର ପ୍ରସାରର ଯେଉଁ ଅଧୋଗତି ହେଉଛି, ତାହାର ପୁନରୁଦ୍ଧାର ପାଇଁ ଉଦ୍ୟମର ଆବଶ୍ୟକତା ରହିଛି । ଏ ଦିଗରେ ପ୍ରାଚୀର ସାହିତ୍ୟ ମଧ୍ୟ ଗୁଣ୍ଡୁଚିର ଭୂମିକା ଗ୍ରହଣ କରିବା ଯୁବପିଢ଼ି ପାଇଁ ପ୍ରେରଣାଦାୟୀ ବୋଲି ଆଜି ସନ୍ଧ୍ୟାରେ ଭଦ୍ରକ ପୋଷ୍ଟ ଅଫିସ ଛକ ଋତୁରାଜ ଟିଷ୍ଟଲଠାରେ ପ୍ରାଚୀର ସାହିତ୍ୟ ପତ୍ରିକା ‘ସହୋଦର ସାହିତ୍ୟାୟନ’ର ୧୦ମ ସଂସ୍କରଣର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ଅଭୟ କୁମାର ଦାସ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ସାହିତ୍ୟିକ ଅଜୟ ନାୟକ ଯୋଗ ଦେଇ ପ୍ରାଚୀର ସାହିତ୍ୟ ଏବେ ଆଉ ଘରେ ସୀମିତ ହୋଇ ରହିନାହିଁ । ଏହାର ଆଦୃତି ବ୍ୟାପକ ହେବାରେ ଲାଗିଛି ବୋଲି କହିଥିଲେ । ଏହି ଉନ୍ମୋଚନ ଉତ୍ସବକୁ ଏହାର ପ୍ରକାଶକ ଅଶୋକ ନାୟକ ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଋତୁରାଜ ଅକ୍ଷୟ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ କବି ଭରତ ଦାଶ, ଗୌରାଙ୍ଗ ବାରିକ, ବିଜୟ ଜେନା, ବିଜୟ କୁମାର ବହଳି,ଅରୂପାନନ୍ଦ ନାୟକ, ନିର୍ମଳ ରାଉତ, ବୈକୁଣ୍ଠ ବିଶ୍ୱାଳ, ଦେବକିଙ୍କର ପାଣିଗ୍ରାହୀ, ଅଶୋକ ପହି ପ୍ରମୁଖ ଉପସ୍ଥିତ ଥିବା ବେଳେ ଉକ୍ତ ସଂସ୍କରଣରେ ପ୍ରୀତିଲତା ପଣ୍ଡା, ଡ. ପ୍ରଭାତ ନଳିନୀ ମହପ।।ତ୍ର, ଚର୍ଚ୍ଚିକା ମହାପାତ୍ର, ନରେଶ ମଣ୍ଡଳ, ପବିତ୍ର ପାଣିଗ୍ରାହୀ, ବିଜୟ କୁମାର ଜେନା, ତପନ କୁମାର ମିଶ୍ର, ସଂଘମିତ୍ରା ମହାକୁଡ଼, କୈଳାସ ବେହେରା, ଅରୂପାନନ୍ଦ ନାୟକ, ନିଳମାଧବ ସେନାପତି, ନିରଞ୍ଜନ ବାରିକ, ସୁବ୍ରତ ମିଶ୍ର, ବିସ୍ମୟ ବିହାରୀ ସାହୁ, ଡ. ସୁଦର୍ଶନ ବାରିକ ପ୍ରମୁଖଙ୍କ କବିତା ଓ ଗଳ୍ପ ପ୍ରକାଶ ପାଇଥିବାରୁ ସଂପାଦିକା ସୁଜାତା ରାଉତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।