Odiapua.com

ପ୍ରାକ୍ତନ ସିଡିଏମ୍‌ଓଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଏସ୍‌ପିଙ୍କୁ ଦାବୀପତ୍ର ପ୍ରଦାନ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଚାରିଘରିଆବାସୀ ଯାଜପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଘୁନାଥ ପାଢ଼ୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଅôଖଳ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖାର କର୍ମକର୍ତ୍ତା ଏବଂ ବରିଷ୍ଠ ନାଗରିକ ମହାସଂଘ, ଭଦ୍ରକର କର୍ମକର୍ତ୍ତା, ସଦସ୍ୟମାନେ ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଡାକ୍ତର ପାଢ଼ୀ ଭଦ୍ରକ ସହରର ଜଣେ ଲୋକପ୍ରିୟ ଚିକିତ୍ସକ ଭାବେ ବେଶ୍ ଜଣାଶୁଣା । ଚାଙ୍କର ରୋଗୀସେବା ଭଦ୍ରକର ପାଇଁ ଏକ ଅତୁଳନୀୟ ଦାନ ହୋଇଥିବା ବେଳେ ସେଭଳି ଜଣେ ଅମାୟିକ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ଉଭୟ ସଂଘ ତୀବ୍ର ନିନ୍ଦା କରିବା ସହିତ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ସଂଗଠନ ଦ୍ୱୟ ପକ୍ଷରୁ ଦାବୀ କରାଯାଇଛି । ପୂର୍ବରୁ ତାଙ୍କ ଘରୁ ୩ ଥର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବାର ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି । ସଂଗଠନ ପକ୍ଷରୁ ଭଦ୍ରକରେ ବଢ଼ୁଥିବା ଅପରାଧିକ କାର୍ଯ୍ୟ ଓ ନିଶା କାରବାର ନେଇ ଏସ୍‌ପିଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ବେଳେ ଅଖିଳ ଭାରତୀୟ ଚିକିତ୍ସକ ସଂଘର ସମ୍ପାଦକ ଡାକ୍ତର ରଣଜିତ୍ ଖଟୁଆ, କୋଷାଧ୍ୟକ୍ଷ ଡା. ପ୍ରଦୀପ କୁମାର ନାୟକ, ପୂର୍ବତନ ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ, ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ମହାପାତ୍ର, ଡ. ରାଧାରାଣୀ ମହାପାତ୍ର, ଅଜୟ ନାୟକ, ଇଂ ମହେଶ ଦାସ, ଶାନ୍ତନୁ ରାଉତ, ରମେଶ ଦାସ, ବିଷ୍ଣୁ ମୋହନ ପଣ୍ଡା, ବିଜୟ ସେନାପତି, ଶ୍ୟାମସୁନ୍ଦର ଦାସ, ଦିଲିପ ନାୟକ, ପୁରୁଣାବଜାର ସଭାପତି ଡା. ହକିମୁଦ୍ଦିନ ଖାଁ, ସମ୍ପାଦକ ରାମଚନ୍ଦ୍ର କର, କୋଷାଧ୍ୟକ୍ଷ ବିଜୟ ଘଡେଇ, ହିପଜୁର ରହେମାନ ଖାଁ, ଅୟୁବ ଅଲୀ, ସହିଦ୍ ସାହା ପ୍ରମୁଖ ଉପସ୍ଥିତ ଥିଲେ ।