Odiapua.com

ପ୍ରାକ୍ତନ ରାଷ୍ଠ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ୧୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଏକ ବିଶେଷ ଅଧିବେଶନ ସଂସଦର ସଭାପତି ଡଃ-ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଭାରତରତ୍ନ ଦିବଗଂତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିସହିତ ପ୍ରଫେସର ମନୀନ୍ଦ୍ର ସାମଲ, ସମାଜସେବୀ ସ୍ୱାମୀ ଅଗ୍ନିବେଶ, ଚଳଚିତ୍ର ନିର୍ଦେଶକ ଅଜିତ ଦାସ, ଅବସରପ୍ରାପ୍ତ ଜିଲ୍ଲାଜଜ କୃଷ୍ଣଚନ୍ଦ୍ର କର, ଦିବ୍ୟାଙ୍ଗ କ୍ରୀଡାବୀତ ସୁକାନ୍ତ ଚୈାଧୁରୀଙ୍କ ବିୟୋଗରେ ମଧ୍ୟ ଏକ ମିଳିତ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭାରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ଉପସଭାପତି ପ୍ରଦୀପ କୁମାର ଦାଶ, ନୃସିଂହ ଚରଣ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ରାମକୃଷ୍ନ ଦାଶ, ପ୍ରେମଲତା ଗିରି, ମନୋଜ କୁମାର ଦାସ, ଫକିର ଚରଣ ଓଝା ପ୍ରମୁଖ ଯୋଗଦେଇ ଦିବଗଂତ ରାଷ୍ଟ୍ରପତିଙ୍କ ସମେତ ମହାନ ବ୍ୟକ୍ତିବିଶେଷଙ୍କ ଜୀବନ ସଂଗ୍ରାମ ଓ ସମାଜପ୍ରତି ଥିବା ଅଙ୍ଗିକାର ବଦ୍ଧତା ସମ୍ପର୍କରେ ଆଲୋଚନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହସମ୍ପାଦକ କାର୍ତ୍ତିକ ଚରଣ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।