Odiapua.com

ପ୍ରାକ୍ତନ ବିଧାୟକ ସ୍ୱର୍ଗତ ମାନସ ମଲ୍ଲିକଙ୍କ ଶ୍ରାଦ୍ଧୋତ୍ସବ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ହସନାବାଦ ଠାରେ ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ମାନସରଞ୍ଜନ ମଲ୍ଲିକଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମାନସ ମଲ୍ଲିକ ସ୍ମୃତି କମିଟି ସଭାପତି ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନୀତ ଅତିଥି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିବିସିସି ସଭାପତି ରଘୁନାଥ ଲେଙ୍କା, ସାଂସଦ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି, ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ମଳୟ ଜେନା, ବିଜେଡି ବ୍ଲକ ମହିଳା ସଭାନେତ୍ରୀ ସୁରତି ନାୟକ ପ୍ରମୁଖ ପ୍ରମୁଖ ଯୋଗଦେଇଥିଲେ । ସ୍ୱର୍ଗତ ମଲ୍ଲିକ ଜଣେ ରାଜନେତା ସହିତ ସମାଜସେବୀ, ପରୋପକାରି, ଦରଦି ମଣିଷ ଓ ଖବରକାଗଜର ସମ୍ପାଦକ ଥିଲେ । ଧାମନଗରର ବନ୍ୟାର ସ୍ଥାୟୀ ସମାଧାନ ହେଉ ଧାମନଗରର ବିକାଶ ପାଇଁ ସେ ବିଧାନସଭାରେ ସ୍ୱର ଉତୋଳନ କରି ଚର୍ଚ୍ଚାରେ ଥିଲେ । ତାଙ୍କର ଏପରି ନିସ୍ୱାର୍ଥପର ଜନସେବା ଓ ତ୍ୟାଗପୂର୍ତ ଜୀବନ ପାଇଁ ସେ ଧାମନଗର ଅଂଚଳରେ ବେଶ ପରିଚିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମିଡିଆ ସେଲ ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର, ସଂପାଦକ ସେକ ଜାଫର ଅଲ୍ଲୀ, ସାମ୍ବାଦିକ କିଷାନ ରାଉତ, ସନ୍ତୋଷ ଦାସ, ଦିପକ ସେନ, ସୁଶାନ୍ତ ନାୟକ, ପ୍ରତାପ ସାମଲ, ସାରଦା ପ୍ରସନ୍ନ ସାହୁ, ରାମଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପତି, ନରେନ୍ଦ୍ର ନାରାୟଣ ନାୟକ, ଦିଲ୍ଲୀପ ମିଶ୍ର, ଅମିତ ମଲ୍ଲିକ, ବିଦ୍ୟାଧର ରାଉତ, ମାନସ ରାଉତ, ଗୌତମ ନାୟକ, ବିମ୍ବାଧର ବିଶ୍ୱାଳ, ରାଜେନ୍ଦ୍ର ପଲାଇ, ଉମେଶ ତ୍ରିପାଠୀ, ଭାନୁପ୍ରକାଶ ପଲାଇ, ହିତେଶ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମାନସ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ଲୋକଙ୍କୁ ମାସ୍କ ବଂଟନ କରାଯାଇଥିଲା ।