Odiapua.com

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ମକ ଡ୍ରିଲ

ମାଲକାନଗିରି,୧୯ । ୬ (ଓଡିଆ ପୁଅ ) ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ମକ ଡ୍ରିଲ ସ୍ଥାନୀୟ ବାଲିସାଗର ବନ୍ଧ ଠାରେ ଆଜି ଅନୁଷ୍ଟିତ ହୋଇଯାଇଛି । ସାମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଆଖିଆଗରେ ରଖି ଏହାର ମୁକାବିଲା କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ପ୍ରାକ୍ ମୌସମୀ ବର୍ଷା ଆସି ଯାଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଦୀ ଉପକୁଳବର୍ତି ଗ୍ରାମ ଗୁଡିକରେ ବନ୍ୟାହେବା ଆଶଙ୍କାକୁ ଆଖି ଆଗରେ ରଖି ପ୍ରାକ୍ ମୈସମୀ ବନ୍ୟା ଓ ବାତ୍ୟା କୁ କିପରି ମୁକାବିଲା କରା ଯିବ ସେନେଇ ଜିଲ୍ଲାସଦର ମହକୁମା ଠାରେ ଥିବା ବାଲିସାଗର ବନ୍ଧ ନିକଟ ହାଟପଦା ଠାରେ ଅଗ୍ନିଶମ ବିଭାଗ ଉଡ୍ରାପ ଟିମ, ବନବିଭାଗ,ଜିଲ୍ଲାସ୍ୱାସ୍ଥ୍ୟବିଭାଗ,ରାସ୍ତା ଓ ଗୃହନିର୍ମାଣ ବିଭାଗ ସହ ଅନ୍ୟାନ ବିଭାଗ ଦ୍ୱାରା ବନ୍ୟା ଅଚଂଳର ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ଏକ ନମୁନା ଅଭ୍ୟାସ ପ୍ରଦର୍ଶନ କରିଥିଲେ । ବନ୍ୟା ବାତ୍ୟାରେ ରାସ୍ତାରେ ଗଛପଡିଗଲେ କିପରି ଯୁଦ୍ଧକାଳିନ ଭିତିରେ ରାସ୍ତା ସଫାକରାଯିବ,ବନ୍ୟାରେ ବୁଡି ଥିବା ଗାଁ ଓ ଘରୁ ଲୋକମାନଙ୍କୁ କିପରି ଉଦ୍ଧାର କରାଯାଇ ସୁରକ୍ଷା ସ୍ଥାନାକୁ ନିଆଯିବ,ନଦୀରେ ବୁଢି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ । ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଡାକ୍ତରଖନାକୁ କିପିରି ନିଆଯିବ ଇତ୍ୟାଦି ନମୁନା ଅଭ୍ୟାସ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରି ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଡିଆରଡିଏ ପିଡି ବାଳମୁକୁନ୍ଦଭୁୟାଁ ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକ,ସହକାରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା,ଥାନା ଅଧିକାରୀ ରାମପ୍ରସାଦ ନାଗ ମାଲକାନଗିରି ଅଗ୍ନିଶମ ଅଧିକାରୀ ସୁରଜକୁମାର ବେହେରା ପ୍ରମୁଖଙ୍କ ସହ ଜିଲ୍ଲାସ୍ୱସ୍ଥ୍ୟବିଭାଗ,ମାଲକାନଗିରି ବନବିଭାଗ,ଜିଲ୍ଲାଜରୁରୀ କାଳିନ ବିଭାଗ,ଜିଲ୍ଲାଅଗ୍ନିଶମବିଭାଗ, ପୌରପରିଷଦ ସଂସ୍ଥା ସହ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରି ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ଜରୁରୀକାଳିନ ବିଭାଗର ସୁଧାଶୁଂଶେଖର ,ଭି.ଡି.ସତ୍ୟନାରାୟଣ କାଯ ର୍୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଅନୁରୁପ ଆଜି କାଲିମେଳା, ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ, ମାଥିଲି, ସାତଟି ଯାକବ୍ଲକ ରେ ଏହି ମକ ଡ୍ରିଲ ଅନୁଷ୍ଟିତ ହୋଇଯାଇଛି ।