ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଭଦ୍ରକରେ ଅନୁଷ୍ଠିତ ଐତିହାସିକ କାଳୀପୂଜା ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ଉଦଘାଟିତ ହୋଇଯାଇଛି ‘ସେବା ଓ ସୂଚନା କେନ୍ଦ୍ର’। ଏହି ସୂଚନା କେନ୍ଦ୍ର ମାଧ୍ୟମରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ଶୁଦ୍ଧ ପାନୀୟ ଜଳ, କାର୍ଯ୍ୟକର୍ତାଙ୍କ ଦ୍ୱାରା ଭିଡ଼ ନିୟନ୍ତ୍ରଣ, ସ୍ୱଚ୍ଛତା, ଡ଼ାକବାଜି ଯନ୍ତ୍ର ଦ୍ୱାରା ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ପାଇଁ ପ୍ରଚାର, ଦହି ପାଣି ବଂଟନ ଆଦି କରାଯାଉଛି। ଉଦଘାଟନ ଦିବସରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କାର୍ତିକ ମଣ୍ଡଳ, ଅତିରିକ୍ତ ଜିଲ୍ଲା ଅଧିକ୍ଷକ ଅରୂପ ଅଭିଷେକ ବେହେରା ଓ ସମ୍ବିତ ମାଝୀ, ସନାତନ ଧର୍ମର ପ୍ରଚାରକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଏବିଭିପି ବାଲେଶ୍ୱର ବିଭାଗ ପ୍ରମୁଖ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ବେହେରା, ବିଭାଗ ସଙ୍ଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକର ପ୍ରତିଷ୍ଠାତା ସଦସ୍ୟ କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ । ଶତାଧିକ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତିଙ୍କ ସମେତ ଜିଲ୍ଲା, ବିଭାଗ ଓ ପ୍ରାନ୍ତ ସ୍ତରୀୟ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ୯ ଦିନ ବ୍ୟାପୀ ଏହି ସେବା କାର୍ଯ୍ୟ ଏବିଭିପି ୧୯୭୨ ମସିହାରୁ ଜାରି ରଖିଛି।