Odiapua.com

ପ୍ରଶାସନ ପକ୍ଷରୁ ବେଆଇନି ବାଲିଘାଟରେ ନାଲି ପତାକା ଲଗାଇଲା

ହାଟଡିହି ୧୫ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଡିମିରିଆ ଓ ଜମ୍ଭରା ଠାରେ ବେ ଆଇନି ବାଲି ଉଠାଣ କରାଯାଉଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି ବାଲିଘାଟ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିବାବେଳେ ଆଜି ମେସିନି ସାହାଯ୍ୟରେ ବାଲିଘାଟ ରାସ୍ତାକୁ ଖୋଳି ଦିଆଯାଇ ବାଟ ବନ୍ଦ କରାଯାଇଥିବାବେଳେ ନାଲି ପତାକା ସହ ରାସ୍ତାରେ ନିସିଦ୍ଧାଞ୍ଚଳର ବୋର୍ଡ ଲଗାଯାଇଛି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ଏହି ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟତ ତଥା ବାଲି ପରିବହନ ପାଇଁ ବନ୍ଦ କରାଗଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ରାଜସ୍ୱ ନିରିକ୍ଷକ ସୁଶାନ୍ତ ସାମଲ , ନନ୍ଦିପଦା ଥାନା ଏ.ଏସ.ଆଇ ଚନ୍ଦ୍ର ଶେଖର ସିଂ ପ୍ରମୁଖ ପୁଲିସ ଫୋର୍ସ ସହିତ ସେଠାରେ ପହଞ୍ଚି ପୋଲର ଉଭୟ ପକ୍ଷରୁ ୩୦୦ମିଟର ଦୁରତାକୁ ୧୪୪ଧାରା ଜାରି କରିବା ସହ ନାଲିପତାକା ଲଗାଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଜମ୍ଭରା ଓ ଡିମିରିଆ, ଶାଳବଣିର କିଛି ବାଲି ମାଫିଆ ଦୈନଦିନ ମଥୁରାପୁର ପୋଲ ତଳୁ ବାଲି ଉଠାଣ କରୁଥିବାରୁ ନଦୀର ପୋଲଟି ଦୁର୍ବଳ ହୋଇଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏ ସମ୍ପର୍କରେ ଖବର ପ୍ରକାଶ ପାଇବାପରେ କିଛି ସ୍ୱେଚ୍ଛାସେବୀ ସଚିବ ଓ ଜିଲ୍ଲାପାଳଙ୍କୁ ଟୁଇଟ କରି ଜଣାଇବା ପରେ ସଚିବଙ୍କ ନିର୍ଦ୍ଦେଶପରେ ଏପରି ପଦକ୍ଷେପ ନିଆଯାଇଛି ।