Odiapua.com

ପ୍ରଶାସନ ପକ୍ଷରୁ ତିନୋଟି ଅମାନିଆଙ୍କ ଦୋକାନ ସିଲ

ହାଟଡ଼ିହି-୭/୯ (ଓଡ଼ିଆପୁଅ)  ଜିଲ୍ଲାପାଳ ହାତଡ଼ିହି ବ୍ଲକର ଛେନାପଦି ମାର୍କେଟ, ବିଦ୍ୟାଧରପୁର ମାର୍କେଟ ଓ ଶାଳଣିଆଁ ମାର୍କେଟକୁ କ୍ଵଣ୍ଟେନମେଣ୍ଟ ଯୋନ ଘୋଷଣା କରିଥିବା ବେଳେ ଆଜି ଛେନାପଦି ମାର୍କେଟର ତିନୋଟି ବ୍ୟବସାୟ ପ୍ରତିଷ୍ଠାନ ଏହାକୁ ଅମାନ୍ୟ କରି ଦୋକାନ ଖୋଲିଥିବା ବେଳେ ତହସିଲ ପ୍ରଶାସନ ଓ ପୁଲିସ ପହଂଚି ତିନୋଟି ଦୋକାନକୁ ସିଲ କରିଥିବା ଜଣାଯାଇଛି। ଏହାକୁ ନେଇ ବ୍ୟବସାୟୀ ମହଲରେ ଛନକା ପସିଯାଇଛି।