Odiapua.com

ପ୍ରଶାସନିକ ଉଦାସୀନତା ; ଜୁନାଗଡ ନୂଆବସଷ୍ଟାଣ୍ଡର ଦୂରାବସ୍ଥା ଅଭିଯୋଗ। ଉଚିତ ପ୍ଲାନିଂ ସହ ଉନ୍ନତିକରଣ ଦାବି

କଳାହାଣ୍ଡି ୯-୯- (ଓଡିଆ ପୁଅ) କଳାହାଣ୍ଡି ର ପୁରାତନ ରାଜଧାନୀ ହଜାରେ ବର୍ଷର ପୁରୁଣା ସହର ଜୁନାଗଡ ର ବସଷ୍ଟାଣ୍ଡ ଅଂଚଳ ଏବେ ଅତ୍ୟନ୍ତ ଦୂରାବସ୍ଥା ରେ ଗତି କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ପୁରାତନ ବଜାର ତଥା ଡାକଘର ପାଖରେ ଥିବା ତିନିଛକକୁ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଥିବା ବେଳେ କାଳକ୍ରମେ ହାଇସ୍କୁଲ ସମ୍ମୁଖରେ ଖାଲିଥିବା ସ୍ଥାନକୁ ନୂତନ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଗଲା ଏବଂ ଏହା ନୂଆ ବସଷ୍ଟାଣ୍ଡ ଭାବେ ପରିଚିତ ହୋଇଆସିଲା। ରାଜ୍ୟ ପରିବହନ ନିଗମ ପକ୍ଷରୁ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇ ସେଠାରେ ଏକ ଆଂଚଲିକ ଅଫିସ ମଧ୍ୟ ଚାଲିଥିଲା ଏବଂ ପ୍ରତ୍ୟହ ଚଳାଚଳ କରୁଥିବା ଅନେକ ସରକାରୀ ବସର ତଦାରଖ କରାଯାଉଥିବା ହେତୁ ସେହି ଅଂଚଲ ସେତେବେଳେ ସଫାସୁତୁରା ଓ ସୁନ୍ଦର ଥିଲା। ସମୟ ବଦଳିବା ସହିତ ସରକାରୀ ବସ ସହିତ ବେସରକାରୀ ବସ ସଂଖ୍ୟା ବହୁ ସଂଖ୍ୟାରେ ବଢିଲା କିନ୍ତୁ ଆଜି ଏହି ବସଷ୍ଟାଣ୍ଡରେ ଅନେକ ସମସ୍ୟା ଭରି ରହିଛି। ଜୁନାଗଡ ଏନଏସି ପକ୍ଷରୁ ବସଷ୍ଟାଣ୍ଡ ମଝୀରେ ଏକ ଟିଣ ଛାତ ଥିବା ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଥିବା ବେଳେ ହାଇସ୍କୁଲ ପଟେ ଅନେକ ଦୋକାନ ସମେତ ଡାକ୍ତରଖାନା ଛକ ପଟୁ ସଂଯୋଗ ରାସ୍ତା ରହିଛି। ଏପଟେ ଜାତୀୟ ରାଜପଥ ରହିଥିବା ବେଳେ ତାପାଶ୍ୱର୍ରେ ମଧ୍ୟ ଅନେକ ଦୋକାନ ରହିଛି। ଗତ ଦୁଇବର୍ଷ ତଳେ ରାଜପଥ ମରାମତି ସମୟରେ ଉଚ୍ଚ କରି ନିର୍ମାଣ କରାଯାଇଥିବା ହେତୁ ବସଷ୍ଟାଣ୍ଡ ଅଂଚଳର ବର୍ଷାପାଣି ନିଷ୍ଟାସନରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ତୃଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଡ୍ରେନ ପର୍ଯ୍ୟାପ୍ତ ହୋଇପାରୁନାହିଁ। ପ୍ରତ୍ୟହ ହଜାର ହଜାର ଲୋକେ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ବେଳେ ଏହି ଅଂଚଳରେ ଯାତ୍ରୀ ମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ହିଁ ନାହିଁ। ସରକାରୀ ପରିବହନ ନିଗମ କୋଠାକୁ ଭଡାରେ ଦିଆଯାଇଥିବା ବେଲେ ପୂର୍ବରୁ ନିର୍ମିତ ଶୌଚାଳୟ କଥା ନକହିବା ହିଁ ଭଲ। ଅତ୍ୟନ୍ତ ପୁତିଗନ୍ଧମୟ ପରିବେଶ ହେତୁ ସେହି ଅଂଚଳକୁ କେହିହେଲେ ଯିବା ତ ଦୂରର କଥା ଦୁରରୁ ଦେଖିଲେ ହିଁ ଅବସ୍ଥା ଅସମ୍ଭାଳ ହୋଇଯାଉଥିବା ଅଭିଯୋଗ ହେଉଛି। ସେଠାରେ ନିର୍ମିତ ନଳକୂପ ପାଶ୍ୱର୍ରେ ପାଣି ଜମି ରହି ଦୂଷିତ ପାଣି ନଳକୂପ ମଧ୍ୟକୁ ପଶିଯାଉଥିବା ବେଳେ ବର୍ଷାଦିନେ ଅବସ୍ଥା ଅସମ୍ଭାଳ ହୋଇଯାଇଥାଏ। ପରିହନ ବିଭାଗ କୋଠା ସାମନାରେ ଥିବା ବରଗଛ ଅଂଚଳ ସଂପୂର୍ଣ୍ଣ ଭାବେ ଉଠାଦୋକାନୀ ମାନଙ୍କ ଜବରଦଖଲରେ ରହିଥିବା ବେଳେ ପରିବେଶ ଅତ୍ୟନ୍ତ ପୁତିଗନ୍ଧମୟ ହୋଇରହିଛି। ହାଇସ୍କୁଲ ଗେଟ ସାମନାରେ ପୋଲିସ ଏଡପୋଷ୍ଟ ରହିଛି। ହାଇସ୍କୁଲ ପାଶ୍ୱର୍ସ୍ଥ ଡାକ୍ତରଖାନା ଛକ ପଟୁ ସଂଯୋଗୀ ରାସ୍ତାରେ ପ୍ରାୟତଃ ସବୁବେଳେ ଗାଡିମଟର ଯାତାୟତ କରୁଥିବା ବେଳେ ସେଠାରେ ଥିବା ଦୋକାନ ସାମନାରେ ବାଇକ, ସାଇକେଲ ଇତ୍ୟାଦି ଯାନବାହନ ରହୁଥିବା ହେତୁ ପୋଲିସ ଏଡପୋଷ୍ଟ ଠାରୁ ଗାଡିମଟର ସବୁ ବସଷ୍ଟାଣ୍ଡ ମଧ୍ୟକୁ ପ୍ରବେଶ କରି ହିଁ ବାହାରକୁ ଯାଉଥିବା ଦେଖାଯାଇଥାଏ। ଫଳତଃ ବସ ରହଣିରେ ଘୋର ଅସୁବିଧା ହେବା ସହିତ ଜନସାଧାରଣ ଗମନା ଗମନରେ ଘୋର ଅସୁବିଧା ହେଉଥିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ଅନ୍ତତଃ ପକ୍ଷେ ସାଧାରଣ ଶୌଚାଳୟଟିଏ ମଧ୍ୟ ନାହିଁ। ଫଳତଃ ଦୂର ଦୂରାନ୍ତରୁ ଆସୁଥିବା ଏବଂ ରାତ୍ରୀ କାଳୀନ ବସରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଘୋର ଅସୁବିଧା ପରିଲକ୍ଷିତ ହେଉଛି। ସମଗ୍ର ବସଷ୍ଟାଣ୍ଡ ଅଂଚଳ ସମେତ ତତସଂଲଗ୍ନ ଜାତୀୟ ରାଜପଥ ଅଂଚଳରେ ଘୋର ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ବେଳେ ଛୋଟ ମୋଟ ଦୁର୍ଘଟଣାମାନ ପ୍ରତ୍ୟହ ଘଟୁଛି। ଅନ୍ୟପକ୍ଷରେ ଜାତୀୟ ରାଜପଥ ଓ ବସଷ୍ଟାଣ୍ଡ ମଧ୍ୟରେ ଥିଭା ଡ୍େରନ ଉପରେ ଜବରଦଖଲ କରି ଦୋକାନ ଚାଲିଥିବା ବେଳେ ଜୁନାଗଡ ଏନଏସି ପକ୍ଷରୁ ଟିକସ ଆଦାୟ କରାଯାଉଥିବା ଜଣାପଡିଛି। ସମଗ୍ର ବସଷ୍ଟାଣ୍ଡ ଅଂଚଳକୁ ସୁଚିନ୍ତିତ ଉପାୟରେ ନିର୍ମାଣ କରାଗଲେ ଅତ୍ୟନ୍ତ ସୁବିଧାଜନକ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ବେଳେ ପ୍ରଶାସନିକ ପଦାଧିକାରୀ ମାନଙ୍କୁ ବୁଦ୍ଧି ଦେବ କିଏ ବୋଲି ସାଧାରଣରେ ଆଲେଚନା ହେଉଛି। ଅନ୍ୟପକ୍ଷରେ ରାଜପଥ ପାଶ୍ୱର୍ସ୍ଥ ଡ୍ରେନ ଉପରେ ଥିବା ଦୋକାନ ଗୁଡିକୁ ହଟାଇ ଦିଆଯାଇ ସେଠାରେ ସର୍ବସାଧାରଣ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଏବଂ ପରିବହନ କୋଠାକୁ ଭାଙ୍ଗି ଦିଆଯାଇ ଉଚ୍ଚ ପ୍ଲିନ୍ଥ ସମ୍ପନ୍ନ ଅଫିସ, ଶୌଚାଳୟ ଏବଂ ବଳକା ଅଂଶରେ ଦୋକାନ ଗୃହ ନିର୍ମାଣ ତଥା ସାମନାରେ ଥିବା ବରଗଛ ଅଂଚଳକୁ ସଫା କରାଯାଇ ଗୋଲଇ ଆକାରରେ ଦୋକାନ ନିର୍ମାଣ କରାଯିବା ସହିତ ବସଷ୍ଟାଣ୍ଡ ମଧ୍ୟରେ ଥିବା ବିଶ୍ରାମଗାରକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇ ସେହି ଉଚ୍ଚତାରେ ବସଷ୍ଟଣ୍ଡ ନିର୍ମାଣ କରାଗଲେ ଅତ୍ୟନ୍ତ ସୁବିଧାଜନକ ଓ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଜନସାଧାରଣରେ ମତର୍ପକାଶ ପାଇବାରେ ଲାଗିଛି। କର୍ତ୍ତୃପକ୍ଷ ଏସଂପର୍କରେ ଏକ୍ସପର୍ଟ ପରାମର୍ଶ ନେଇ ଜୁନାଗଡ ବସଷ୍ଟାଣ୍ଡ ନିର୍ମାଣ ଲରିବାର ପଦକ୍ଷେପ ନେବାକୁ ଦାବି ହେଉଛି।