Odiapua.com

ପ୍ରଶାସନର ନାଲିଫିତା ତଳେ ଯଶୋଦାପୁର ରାଜସ୍ୱ ମୈାଜା ଘୋଷଣା

ନୟାଗଡ଼ ୦୭/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ରାଜ୍ୟରେ କୈାଣସି ପଡାଗ୍ରାମ ରହିବ ନାହିଁ ବୋଲି ଘୋଷଣା କରିଥିଲେ। ତେଣୁ ପଡା ଗ୍ରାମର ବାସିନ୍ଦାମାନେ ରାଜସ୍ୱ ମୈାଜାର ମାନ୍ୟତା ପାଇଁ ଦାବି କରିବା ପରେ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିଲା। କିନ୍ତୁ ହଜାର ହଜାର ଯୁବକ ଯୁବତୀ ଚାକିରୀ ନପାଇ ବେକାର ବସିଥିବା ବେଳେ ସରକାର ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯେଉଁ ଅବସରପ୍ରାପ୍ତ କର୍ମଚାରୀ ମାନେ କାର୍ଯ୍ୟ କରିବାକୁ ଅକ୍ଷମ ସେମାନଙ୍କୁ ନେଇ ରାଜସ୍ୱ ମୈାଜା ଗଠନ ପ୍ରକ୍ରିୟା ଆରମ୍ଭ କରିବା ଯୋଗୁଁ ପ୍ରଶାସନର ନାଲିଫିତା ତଳେ ନୂଆ ରାଜସ୍ୱ ଗ୍ରାମ ଗଠନ ରହି ଯାଉଛି। କାରଣ କେତେକ ଅବସରପ୍ରାପ୍ତ କର୍ମଚାରୀ ରାସ୍ତାରେ ଚାଲିବା ପାଇଁ ଅକ୍ଷମ ଥିଲାବେଳେ ଜମିବାଡି ହୁଡାରେ ଚାଲିବା ସେମାନେ ସକ୍ଷମ ନଥିଲା ବେଳେ ତାଙ୍କୁ ଅମିନ ଭାବେ ମାପଚୁପ କରିବା ପାଇଁ ପୁନଃ ନିଯୁକ୍ତି ଦିଆଯାଇଛି।

ଏପରିକି ୭୧ ବର୍ଷ ହୋଇଥିଲେ ମଧ୍ୟ ନିଯୁକ୍ତି ପାଇ ଘରେ ବସି ମାସକୁ ୯ ହଜାର ଟଙ୍କା ମାସ ମାସ ଧରି ଠକି ନେଉଥିବା ଜଣାପଡିଛି। ସେଭଳି ଘଟଣା ଦେଖିବାକୁ ମିଳିଛି ଯଶୋଦାପୁର ରାଜସ୍ୱା କାର୍ଯ୍ୟାଳୟ ଯଶୋଦାପୁର ନୂତନ ମୈାଜା ଗଠନ ରେ। ଗୁଣ୍ଡୁରୀବାଡି ମୈାଜାରେ ଯଶୋଦାପୁର ରାଜସ୍ୱ କାର୍ଯ୍ୟାଳୟ। ଗୁଣ୍ଡୁରୀବାଡି ମୈାଜାରୁ ନୂତନ ମୈାଜା ଭାବେ ଯଶୋଦାପୁର ମୈାଜା ଗଠନ ପ୍ରକ୍ରିୟା କଚ୍ଛପ ଗତିରେ ଚାଲିଥିବାର ଅଭିଯୋଗ ହେଉଛି। ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମୈାଜା ପୁର୍ନଗଠନ ପାଇଁ କେଉଁ ଅମିନ କାର୍ଯ୍ୟ କରୁଛି ସେ ସର୍ମ୍ପକେ ବଡବାବୁ ଙ୍କୁ ପଚାରିଲେ ଜଣାପଡିବ। ସେ ଅବସରପ୍ରାପ୍ତ ଅମିନ ଙ୍କୁ କିଏ ନିଯୁକ୍ତି ଦେଇଛି, କେତେ ଦରମା ନେଉଛନ୍ତି, କାମ କରୁଛନ୍ତି ନା ନାହିଁ ଆମ୍ଭ ପାଖରେ ଖବର ନାହିଁ। ଅପରପକ୍ଷେ କାର୍ଯ୍ୟ ତ୍ୱରାନ୍ୱିତ କରି ଯଶୋଦାପୁର କୁ ନୂତନ ରାଜସ୍ୱ ମୈାଜା ଘୋଷଣା ପାଇଁ ଗ୍ରାମବାସୀ ମାନେ ଦାବି କରୁଛନ୍ତି।