Odiapua.com

ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା : ଜାତୀୟ କବିଙ୍କ ପ୍ରତିମୂର୍ତ୍ତି ଭଙ୍ଗିବାକୁ ନେଇ ଧାରଣା

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମୁଝାଡି ଧାମରା ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦର ୨ୟ ଦିନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାସୁଦେବପୁର ବଜାର ହାଇସ୍କୁଲ ଛକ ନିକଟରେ ଥିବା ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେବାକୁ ନେଇ ଶହୀଦ ତୀର୍ଥଯାତ୍ରାର ସଭାପତି ବୈଲୋଚନ ଜେନା ସେହି ଭଙ୍ଗା ପ୍ରତିମୂର୍ତ୍ତି ପାଖରେ ଧାରଣାରେ ବସିଥିଲେ । ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ବିଶିଷ୍ଟ ଶିକ୍ଷାବିତ୍ ତଥା ଶହୀଦ ଦୁଃଶାସନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ôଚ ବୈଲୋଚନ ଜେନାଙ୍କୁ ବୁଝାଇବା ସହିତ ବାସୁଦେବପୁର ଠାରେ ପୁନଃ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ବୈଲୋଚନ ଜେନା ଧାରଣାରୁ ଓହରି ଥିଲେ ।