Odiapua.com

ପ୍ରଶାନ୍ତ ସାହୁ ‘ଓଡ଼ିଶା ଏକ୍ସଲେନ୍ସି ଆୱାର୍ଡ’ରେ ସମ୍ମାନିତ

ଭୁବନେଶ୍ୱର ୫-୧୨ (ଓଡ଼ିଆ ପୁଅ) : ବୈଶୟିକ ଜ୍ଞାନକୌଶଳରେ ବହୁତ ନାମ କମାଇଥିବା ତଥା ସାଇବର ଏକ୍ସପର୍ଟ ଭାବେ ପରିଚିତ ପ୍ରଶାନ୍ତ ସାହୁଙ୍କୁ ମିଳିଛି ‘ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ’। ରାଜ୍ୟପାଳ ଗଣେଶୀ ଲାଲ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ୨୦ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୭ ବ୍ୟକ୍ତିବିଶେଷ ଓ ୩ଟି ଅନୁଷ୍ଠାନକୁ ଏହି ସମ୍ମାନ ମିଳିଛି। ପ୍ରଶାନ୍ତ କୁମାର ସାହୁ ୱେବସାଇଟ୍ ହୋଷ୍ଟିଂ ସେବା ପ୍ରଦାନ କରୁଥିବା ସୂର୍ଯ୍ୟନନ୍ଦନ ଡଟ୍ ନେଟ୍ର ପ୍ରତିଷ୍ଠାତା। ରାଜ୍ୟର ପ୍ରାୟ ୮୦ ପ୍ରତିଶତ ୱେବସାଇଟ୍ ପ୍ରଶାନ୍ତ କୁମାର ସାହୁଙ୍କ ପରିଚାଳନାରେ ଚାଲିଛି।

ଆଜି ମିଳିଥିବା ୨୦ଟି ସମ୍ମାନ ମଧ୍ୟରେ ରହିଛନ୍ତି ସଂଗୀତ ପାଇଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳା ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟ ପାଇଁ ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟ, ସାମାଜିକ ସେବା ପାଇଁ ଶ୍ରୀ ଜଗଦାନନ୍ଦ, ସାହିତ୍ୟ ପାଇଁ ହରପ୍ରସାଦ ଦାସ, ଯାତ୍ରା ପାଇଁ ଅଜିତ ଦାସ, ସିନେମା ପାଇଁ ମହେଶ୍ୱତା ରାୟ, ସାମାଜିକ ସେବା ପାଇଁ ଅରୁଣ ବୋଥ୍ରା, ଖେଳ ପାଇଁ ଅନୁରାଧା ବିଶ୍ୱାଳ, ସାମ୍ବାଦିକତା ପାଇଁ ସନ୍ଧୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଜଗଦୀଶ ପ୍ରସାଦ ନାଇକ, ମୋଟିଭେସନ ପାଇଁ ଅରୁଣ କୁମାର ସାବତ, ସ୍ୱାଇଁ ପାଇଁ ଡ. ଅକ୍ଷୟ କୁମାର ରାଉତ, ଲିଡରସିପ ପାଇଁ ପି୍ରୟଦର୍ଶୀ ପାଣି, ଶିକ୍ଷାରେ ସବିତା ପଟ୍ଟନାୟକ, ବୈଷୟିକ ଜ୍ଞାନକୌଶଳ ପାଇଁ ପ୍ରଶାନ୍ତ ସାହୁ ଓ ୱେଲ୍ଥ ମ୍ୟାନେଜମେଂଟ ପାଇଁ ତି୍ରନାଥ ସାହୁଙ୍କୁ ସମ୍ମାନିତ କରାଯାଇଛି। ସେହି ୩ଟି ଅନୁଷ୍ଠାାନ ମଧ୍ୟରେ ରହିଛି ନାଲକୋ, ବାଜିରାଓ ଆଇଏଏସ ଏକାଡେମୀ ଓ ସାଉଥ ଓଡ଼ିଶା ଭଲୁ୍ୟଂଟାରୀ ଏକ୍ସନ।