Odiapua.com

ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ନୟାଗଡ଼ ଗସ୍ତ

ନୟାଗଡ଼, ତା. ୨୮.୦୮.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଶ୍ରୀ ନିତିନ୍ ଚନ୍ଦ୍ର, ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଶା ନୟାଗଡ଼ ଜିଲ୍ଲାକୁ ଗସ୍ତକରି ପ୍ରଥମେ ନୟାଗଡ଼ ବୃଦ୍ଧାଶ୍ରମ, ପରେ ପରେ ମହିପୁର ଗ୍ରାମପଂଚାୟତ, ମହିପୁର ସି.ଏଚ.ସି. ପରିଦର୍ଶନ କରି ଭତା ବଂଟନ, ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଏବଂ ପାନୀୟ ଜଳ ସଂପର୍କରେ ସମୀକ୍ଷା କରିବା ସହିତ ଡାକ୍ତରଖାନାର ସମସ୍ୟା, ନିରାମୟ ଯୋଜନା ଓ ଆୟୁଷ ଡାକ୍ତରଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ। ନିଳାଦ୍ରିପୁର ଗ୍ରାମକୁ ଯାଇ କେତେକ ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଦରଖାସ୍ତ ଗୁଡ଼ିକ ଦେଖିଥିଲେ। ଏଥି ସହିତ ଗ୍ରାମୀଣ ଗୃହ ପାଇବା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଗୃହ ପରିଦର୍ଶନ କରି ସେମାନଙ୍କ ଯୋଗ୍ୟ ଅଯୋଗ୍ୟ ଉପରେ ଅନୁଧ୍ୟାନ କରିଥିଲେ। ଏହାପରେ ନୟାଗ ଡ଼ ଫେରିଆସି ପଠାଣି ସାମନ୍ତ ସଂସ୍କୃତି ଭବନରେ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ମେଗା ଏସ.ଏଚ.ଜି. କ୍ରେଡିଟ୍ ଲିଙ୍କେଜ୍ କ୍ୟାମ୍ପରେ ଯୋଗଦାନ କରି ଏସ.ଏଚ.ଜି. ଗ୍ରୁପଗୁଡ଼ିକୁ ଅର୍ଥ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଅପରାହ୍ନରେ ଭାପୁର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଗୁଡ଼ିକର ପରିଦର୍ଶନ କରି ସନ୍ଧ୍ୟା ୫ଘଟିକା ସୟୃର ଡି.ଆର.ଡି.ଏ. ଠାରେ ଆୟୋଜିତ ଏକ ବୈଠକରେ ବିଭିନ୍ନ ଜନହିତକର କାର୍ଯ୍ୟଗୁଡ଼ିକୁ ସମୀକ୍ଷା କରିଥିଲେ। ତାଙ୍କ ସହିତ ନୟାଗ ଡ଼ ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ୍, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସନ୍ତୋଷୀ ସାହୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।