Odiapua.com

ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି। ପ୍ରମିଳା ମଲ୍ଲିକ ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ଦଶମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଦ୍ୱାଦଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ତ୍ରୟୋଦଶ, ୨୦୦୯ ମସିହାରେ ଚତୁର୍ଦ୍ଦଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ତ୍ରୟୋଦଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ।

ପ୍ରମିଳା ମଲ୍ଲିକ ଡାଲି ଦୁର୍ନିତିରେ ବିବାଦୀୟ ହୋଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ମସିହାରେ ପ୍ରମିଳା ମଲ୍ଲିକଙ୍କର ଭାଇ ଓ ବାପାଙ୍କ ନାଆଁରେ ଯବ୍ କାର୍ଡ଼ ଥିବା କଥା ଉଠିଥିଲା, ଏହା ଫଳରେ ସେ ପୁଣିଥରେ ବିବାଦୀୟ ହୋଇପଡ଼ିଥିଲେ।