Odiapua.com

ପ୍ରମିଳା ବିଷୋୟୀଙ୍କୁ ମିଳିଲା ଆରବିଏସ୍ ଆର୍ଥ ଆୱାର୍ଡ- ୨୦୧୯

ଭୁବନେଶ୍ୱର: ଆସ୍କା ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଛି ଆରବିଏସ୍ ଆର୍ଥ ଆୱାର୍ଡ- ୨୦୧୯।ପର୍ଯ୍ୟାବରଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ମିଳିଥାଏ।କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିଶନ ରେଡ୍ଡୀ, ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଭାରତର ବିଭିନ୍ନ ରାଜ୍ୟରୁ ୭ ଜଣ ଏହି ପୁରସ୍କାର ପାଇଥିବା ଭିତରେ ଓଡ଼ିଶାରୁ ପ୍ରମିଳା ବିଷୋଇ ସେଥିରେ ଅଛନ୍ତି।ବନ୍ୟ ଜନ୍ତୁ ସଂରକ୍ଷଣ ସହିତ ପର୍ଯ୍ୟାବରଣ କ୍ଷେତ୍ରରେ ଆଜୀବନ ଉପଲବ୍ଧି ପାଇଁ ପ୍ରମିଳାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି।ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସାଂସଦ ପ୍ରମିଳା ବିଷୋୟୀ ମହିଳାଙ୍କ ନିକଟରେ ପହଁଚି ପାରିଥିବା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ୍ ଶକ୍ତିକୁ ଏକ ନୂତନ ପରିଚୟ ପ୍ରଦାନ କରି ପାରିଛନ୍ତି।ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଳକରେ ତାଙ୍କ ଦିଗଦର୍ଶନରେ ୨୦୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ସମୁଦାୟର ସଫଳ ପରିଚାଳନା ଦ୍ବାରା ଶ୍ରୀମତୀ ପ୍ରମିଳା ବିଷୋୟୀ ଅନେକ ମହିଳାମାନଙ୍କ ପାଇଁ ଉପାର୍ଜନର ମାଧ୍ୟମ ସୃଷ୍ଟି କରିଛନ୍ତି।ଏହା ସହିତ ତାଙ୍କ ଘର ଚେରମାରିଆ ନିକଟରେ ଥିବା ପାହାଡ଼ରେ ଗଠିତ ମୟୁର ସୁରକ୍ଷା ସମିତି ଧିରେ ଧିରେ ଏହାର ପ୍ରଭାବ ବିସ୍ତାର କରିପାରିଛି ଏବଂ ଏହି ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ଓ ଚୋରି ଭଳି ଅପରାଧ ଠାରୁ ଦୁରେଇ ରଖିବାରେ ସଫଳ ହୋଇପାରିଛି।-ଦେବଦତ୍ତ ରଥ