ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଗବାନ ଶ୍ରୀରାମ ଲାଲା ଙ୍କର ଜନ୍ମଭୂମି ରେ ପୁନଃ ପ୍ରାଣ ପ୍ରତିଷ୍ଠା ସହ ୫୦୦ ବର୍ଷର ସଂଘର୍ଷ, ବଳିଦାନ ଓ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହି ଉପଲକ୍ଷେ ଆଜି ଭଦ୍ରକ ର ସୁନାମଧନ୍ୟ ଓ ଲୋକପ୍ରିୟ ହିନ୍ଦୁ ସଙ୍ଗଠକ ମାନସ ମହାନ୍ତିଙ୍କ ଆହ୍ୱାନରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ନେହେରୁ ଷ୍ଟାଡିୟମରୁ ବାହାରି ନଗର ପରିକ୍ରମା କରି ଚରମ୍ପା ସ୍ଥିତ ଅଗ୍ରସେନ ଭବନ ଠାରେ ପହଞ୍ଚି ଥିଲା । ଉକ୍ତ ଶୋଭାଯାତ୍ରାରେ ଭଦ୍ରକ ନଗର ଓ ବ୍ଲକରୁ ଦେଢ଼ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ରାମ ଭକ୍ତ ମାନେ ଯୋଗ ଦେଇଥିଲେ ।ଜୟ ଶ୍ରୀରାମ ନାରାରେ ଭଦ୍ରକ ସହର ପ୍ରକମ୍ପିତ ହୋଇଉଠି ଥିଲା । ଶୋଭାଯାତ୍ରାର ଶେଷରେ ଅଗ୍ରସେନ ଭବନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଯୁବା ସନ୍ଥ ସ୍ୱାମୀ ମୁକୁନ୍ଦ କୃଷ୍ଣ ମହାରାଜଜୀ ଅଯୋ୍ମାର ମହିମା ପ୍ରକାଶ କରି ବିଶ୍ୱର ସର୍ବ ପ୍ରାଚୀନ ନଗରୀ ବିଷୟ ସହିତ ଭଗବାନ ଶ୍ରୀରାମଙ୍କ ଜୀବନ ଓ ବର୍ତ୍ତମାନ ହିନ୍ଦୁ ସମାଜର ସ୍ଥିତି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମାନସ ମହାନ୍ତି ତାଙ୍କର ଅଭିଭାଷଣରେ ବାଂଲାଦେଶୀ, ରୋହିଂଜ୍ଞା କିପରି ଧୀରେ ଧୀରେ ସମ୍ପୂର୍ଣ୍ଣ ସମାଜକୁ ଗ୍ରାସ କରିବାକୁ ବସିଲେଣି ।
ସରକାରଙ୍କ ପ୍ରଦତ୍ତ ସମସ୍ତ ଯୋଜନାକୁ କବ୍ଚା କରିବାକୁ ଲାଗିଛନ୍ତି,ଯେଉଁଥିପାଇଁ ହିନ୍ଦୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛି । ଏହାର ନିରାକରଣ ସହ ନିଶାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ । ଧର୍ମାନ୍ତରଣ,ଲଭ ଜିହାଦ,ଗୌ ହତ୍ୟା ଆଦିର ସମାଧାନ ପାଇଁ ହିନ୍ଦୁ ସମାଜ କୁ ସଙ୍ଗଠିତ ହେଲେ ସମ୍ଭବ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମ ରେ ୧୯୯୦ମସିହା ରେ ଅଯୋ୍ମା ଯାଇଥିବା କର ସେବକ ରାମ ଭକ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ଭଦ୍ରକ ରାଜନିତୀରେ ଗୁଞ୍ଜରଣ ସୃଷ୍ଟି କରିଛି । ହିନ୍ଦୁବାଦୀ ସଙ୍ଗଠକ ଆଗକୁ ଆସିବା ବୋଲି ଚର୍ଚ୍ଚା ହେଉଛି । ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ବିପିନ ବିହାରୀ ପଣ୍ଡା କରିଥିବା ବେଳେ ଗାୟତ୍ରୀ ପରିବାରର ସମନ୍ୱୟ ସମିତିର ନରେନ୍ଦ୍ର ବାରିକ,ବାବା ଅନନ୍ତ ଦାସ ମଞ୍ଚାସୀନ ଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା ଦୃଷ୍ଟି ରୁ ସଂଜୀବ ଦାସ,ଗୋପାଳ ମହାନ୍ତି,ବଳରାମ ଜେନା,ଭଗବାନ ଜେନା,ସୁଶାନ୍ତ ସାମଲ,ପ୍ରମୋଦ ନାୟକ,ସନ୍ତୋଷ ପଣ୍ଡା,ଗୌରାଙ୍ଗ ସାହୁ,ରଞ୍ଜନ ମହାଳିକ,ସତ୍ୟ ମହାଳିକ,ତପନ ମହାନ୍ତି,କ୍ଷିତିଶ ରାଉତ,ଅଶୋକ ଲେଙ୍କା,ଧୀରେନ ନାୟକ,ସନ୍ତୋଷ ପ୍ରଧାନ,ସତ୍ୟଜିତ ବାରିକ ଓ ଅନ୍ୟ ମାନେ ପ୍ରମୁଖ ଯୋଗ ଦେଇଥିଲେ ।