Odiapua.com

ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କର୍ମ ନିଯୁକ୍ତିର ବ୍ୟବସ୍ଥା

ମାଲକାନଗିରି,୬ା୬ (ଓଡିଆ ପୁଅ ) ଭୟାବହ କରୋନା ମହାମାରି ପାଇଁ ଲକଡାଉନ ରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାଲକାନଗିରି କୁ ଫେରିଛନ୍ତି । ଏବେ ସେମାନେ ବେକାର ହୋଇ ବସିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କର୍ମନିଯୁକ୍ତି ବ୍ୟବସ୍ଥା କରିଛନ୍ତି । ବିଶେଷ କରି ମନରେଗାରେ ୧୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାସହ କୁଶଳି ଶ୍ରମିକ ମାନଙ୍କ ଡାଟାବେସ ତିଆରି କରାଯାଇ ସେମନାଙ୍କୁ କିଭଳି କର୍ମନିଯୁକ୍ତି ଦିଆ ଯିବ ସେଥିନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି , ଜିଲ୍ଲାରେ କେହି ପ୍ରବାସୀ ଶ୍ରମକି ଭୋକରେ ରହିବେ ନାହିଁ ସମସ୍ତଙ୍କ ପାଇଁ କର୍ମସଂସ୍ଥାପନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଗ୍ରାମ୍ୟ ଆବାସ ଯୋଜନାରେ ୨୩୨୯୪ଟି ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଦ୍ୟାବଧି ୧୯୩୨୮ ଟି ଗୃହ ସଂପୂଣ୍ଣ ର୍ କରାଯାଇଛି । ମନରେଗାରେ ଅଦ୍ୟବଧି୪୫୧୦୬୨ କାଯ ର୍୍ୟ ଦିବସ ସୃଷ୍ଟି କରିବାସହ ୯୩୩୬୯୮୩୪ ଟଙ୍କା ପ୍ରଦାନ କରାଯାଇଛି । ଚଳିତ ବର୍ଷ୨୦୦୯ଟି ନୂଆ ଜବ କାର୍ଡ ଶ୍ରମିକ ମାନଙ୍କୁ ପ୍ରଦାନକରାଯାଇଛି, ସାଧାରଣ ବଟଂନ ବ୍ୟବସ୍ଥାରେ ଏପ୍ରିଲ ରୁ ଜୁନ ମାସ ପର୍ଯ୍ୟନ୍ତ ୯୩୧୮୦୨୧କ୍ୱିଟାଂଲ ଚାଉଳ ପ୍ରଦାନ କରାଯାଇ ୧ହଜାର ଟଙ୍କା ଲେଖାଏ ଅଦ୍ୟାବଧି ଜିଲ୍ଲାରେ ୧୫୨୯୦୧୦୦୦ଟଙ୍କା ସହାୟତା ରାଶି ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାରେ ୩୨୮ଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ କ୍ୱାରେଟାଂଇନ କେନ୍ଦ୍ର ଖୋଲା ଯାଇ ସେଥିରେ ୨୦ହଜାର ଲୋକଙ୍କ ରହିବା ଖାଇବାର ବ୍ୟବସ୍ଥା ହୋଇଛି ,ଇତି ମଧ୍ୟରେ ୪ହଜାର ଲୋକଙ୍କୁ ୨ହଜାର ଲେଖାଏଁ ପ୍ରତ୍ସୋହାନ ଭତା ପ୍ରଦାନ କରାଯାଇଛି । ୧୭ହଜାର ପ୍ରବାସୀ ସଙ୍ଗରୋଧରେ ଥିବା ବେଳେ ଇତି ମଧ୍ୟରେ ୧୫ହଜାର ପ୍ରବାସୀ ସଙ୍ଗରୋଧ ଛାଡି ନିଜଘରକୁ ଫେରିଯାଇଛନ୍ତି । ସଙ୍ଗରୋଧରେ ଥିବା ବେଳେ ସେମାନଙ୍କୁ ଯୋଗ,ବ୍ୟାୟମ, ସଙ୍ଗୀତ ଶିକ୍ଷା ସହିତ କର୍ମନିଯୁକ୍ତିର ବ୍ୟବସ୍ଥା କରାଯାଇଥିଲା । ସୀମାନ୍ତ ମୋଟୁ ରାସ୍ତାଦେଇ ୨୨୭୩୮ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି , ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ରାଜ୍ୟ ଓ ଜିଲ୍ଲାକୁ ପଠାଇ ଦିଆ ଯାଇଛି । ରାଜ୍ୟସରକାର ଙ୍କ ଲକଡାଉନ ପରେ ଅନଲକ-୧ ନିୟମ ଅନୁସାରେ ସକାଳ୭ଟାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହିବ । ସମସ୍ତେ ସାମାଜିକ ଦୂରତା ରକ୍ଷାକରିବା ସହିତ ମାସ୍କ ପରିଧାନ କୁ ବାଧ୍ୟତାମୁଳକ କରାଯାଇଛି । ଇତି ମଧ୍ୟରେ ଜିଲ୍ଲାରୁ ୩୪୩୦ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର କୁ ପଠାଯାଇଥିଲା , ସେଥିମଧ୍ୟରୁ ୩୨୫୮ଟି ନମୁନା ନେଗେଟିଭ ଥିବାବେଳେ ୨୧ଟି ନମୁନା ପଜିଟିଭ ରହିଛି,୧୭୨ଟି ନମୁନା ରିପୋର୍ଟ ହସ୍ତଗତ ହୋଇ ନାହିଁ ।୨୧ଟି ପଜିଟିଭ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଥିବା ବେଳେ ଅନ୍ୟ୨ଜଣ ଚିକିତ୍ସିତ ହେଉଛନ୍ତି । ଆମକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ କୋଭିଡ୧୯ ନିୟମ ମାନିବା ଦରକାର ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ,ତହସିଲଦାର ଗୁଣନିଧି ନାୟକ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ଜିଲ୍ଲା ସୁଚନାଲୋକସଂପର୍କ ଅଧିକାରୀ ଦୀଲିପକୁମାର ସାମନ୍ତରାୟ,ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲ ନୋଡାଲ ଅଧିକାରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହିତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।