Odiapua.com

ପ୍ରବାସୀ ଶ୍ରମିକମାନଙ୍କୁ ଗାଁ ରେ ପସେଇଦେଲେନି ଗ୍ରାମବାସୀ, ସାତଦିନ ଧରି ଗଛମୂଳେ ଆଶ୍ରୟ ନେଇଛନ୍ତି ଶ୍ରମିକ ପରିବାର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର ୧୦-୫ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ ଟିଟିଲାଗଡ଼କୁ ଆସିବା ଓ ଏହି ଅଞ୍ଚଳର ସମସ୍ତ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ନିଜ ଗ୍ରାମ ନିକଟସ୍ଥ କ୍ବାରେଣ୍ଟ।ଇନ ଗୁଡ଼ିକୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯାଇଛି।

ଏ ନେଇ ସକାଳ ୯ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଟିଟିଲାଗଡ଼ରେ କର୍ଫ୍ୟୁ ଜାରୀ କରାଯାଇଛି। ଅପର ପକ୍ଷ ରେ ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମାଲେସିରା ଗ୍ରାମ ପଞ୍ଚାୟତ ର ୪୫ ଜଣ ପ୍ରବାସୀ ଶ୍ରମିକ ସପରିବାର ଗତ ସାତ ଦିନ ଧରି ବାହ୍ୟ ରାଜ୍ୟରୁ ଆସି ଥିବା ବେଳେ ମଲେସିରା ଗ୍ରାମରେ ଗ୍ରାମବାସୀ ପ୍ରବେଶ କରାଇ ଦେଇ ନ ଥିବାରୁ ଗ୍ରାମ ବାହାରେ ଵୃକ୍ଷ ତଳେ ରହିଛନ୍ତି। ଉକ୍ତ ଶ୍ରମିକ ପରିବାରଙ୍କୁ ପଞ୍ଚାୟତ ସ୍ତରୀୟ କ୍ବାରେଣ୍ଟ।ଇନ କେନ୍ଦ୍ରକୁ ନେଇ ରଖିବା ସରକାରୀ ନିର୍ଦ୍ଦେଶ ଥାଇ ସୁଦ୍ଧା ତାର ଖିଲାପ କରାଯାଇ ଥିବା ବେଳେ ତାଙ୍କର ଉପଯୁକ୍ତ ଥଇଥାନ ନିମନ୍ତେ ଦାବି ପ୍ରକାଶ ପାଇଛି।