Odiapua.com

ପ୍ରବାସୀ ମହିଳାଙ୍କ ଟ୍ରେନରେ ମୃତ୍ୟୁ – ଘରକୁ ଫେରୁଥିବା ବେଳେ ବଲାଙ୍ଗୀର ଷ୍ଟେସନରେ ମୃତ୍ୟୁ

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) : ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ଟ୍ରେନ୍‌ରେ ଜଣେ ପ୍ରବାସୀ ଶ୍ରମିକ (ମହିଳା)ଙ୍କର ମୃତ୍ୟୁ ହୋଇଛି ବୋଲି ରେଳବାଇ ସୂଚନା ଦେଇଛି। ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିବା ସୂଚନା ଦେଇଛି ଭାରତୀୟ ରେଳବାଇ। ଜିଆରପି ମୃତଦେହ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଟ୍ରେନରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସମ୍ପର୍କୀୟ। ମୃତ ମହିଳାଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଜଡ଼ା ଗାଁରେ ରାଧା ଖରା। ମୃତକ ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଇବା ପରେ ନିଜ ଘରକୁ ଯାଇଥାନ୍ତେ କିନ୍ତୁ ଦୁଃଖର ବିଷୟଯେ, ଘର ବାହୁଡ଼ା ହୋଇପାରିଲା ନାହିଁ।