Odiapua.com

ପ୍ରବାସୀ ଓଡ଼ିଆ ସଫ୍ଟୱେୟାର ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ଅସମୟ ମୃତ୍ୟୁ

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ପ୍ରବାସୀ ଓଡ଼ିଆ ସଫ୍ଟୱେୟାର ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ଅସମୟ ମୃତ୍ୟୁ ପ୍ରବାସୀ ଓଡ଼ିଆଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଅମୁଲ୍ୟ ପାତ୍ରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସ୍ୱାଭିମାନକୁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ପାତ୍ର ଦମ୍ପତି ଅନବରତ ପ୍ରଚାର ପ୍ରସାର କରିଆସିଛନ୍ତି। ଅମୂଲ୍ୟ ତାଙ୍କର ପତ୍ନୀ ରୀତା ପାତ୍ର ଏବଂ ଏକମାତ୍ର ପୁଅଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି।

ସୂଚନାଯୋଗ୍ୟଯେ, ପ୍ରବାସୀ ଓଡ଼ିଆଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହାୟତାର ହାତ ଆଗକୁ ବଢ଼ାଉଥିବା ରୀତା ପାତ୍ରଙ୍କର ଏଭଳି ଦୁଃଖ ସମୟରେ ସମସ୍ତ ପ୍ରବାସୀ ଓଡ଼ିଆ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଭଗବାନ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି।