Odiapua.com

ପ୍ରବାସରେ ଫସିଥିବା ଓଡ଼ିଆଙ୍କ ସହାୟତା ପାଇଁ ନୋଡ଼ାଲ ଅଫିସର ନିଯୁକ୍ତ – ଜାଣନ୍ତୁ କାହାକୁ କରିବେ ଯୋଗାଯୋଗ

ଭୁବନେଶ୍ୱର ୨୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ ଲକ୍‌ଡାଉନ୍ ଫଳରେ ଦେଶର ଅନ୍ୟ ରାଜ୍ୟରେ ଏବେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ସେମାନଙ୍କୁ ଅଣାଯିବା ପାଇଁ ଓଡ଼ିଶା ସରକାର ଉଦ୍ୟମ କରୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା ବାରଣ କରିଛନ୍ତି। ଶ୍ରମିକଙ୍କ ରହଣି, ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାର ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ସେଥିପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସହ ଯୋଗାଯୋଗ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରବାସୀ ଓଡ଼ିଆମାନେ ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିପାରିବେ।

ବାହାର ରାଜ୍ୟରେ ଥବା ନୋଡାଲ ଅଫିସର ହେଲେ

ନୂଆଦିଲ୍ଲୀ/ଏନସିଆର: ସଂଜୀବ ମିଶ୍ର-୦୬୭୪-୨୩୦୧୮୪୮୮
ପଶ୍ଚିମବଙ୍ଗ: ଶ୍ରୀଭାସ୍କର ଜ୍ୟୋତି ଶର୍ମା-୦୬୭୪-୨୩୯୦୧୧୬,
ଗୁଜୁରାଟ: ଜୱାଲେ ନୀତିନ ଭାନୁଦାସ-୦୬୭୪-୨୫୪୩୪୬୧,
ବିହାର ଓ ଝାଡ଼ଖଣ୍ଡ: ସାଦିକ ଆଲାମ-୦୬୭୪-୨୫୭୩୩୧
ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ-୦୬୭୪-୨୩୯୨୯୦୬,
ତେଲେଙ୍ଗାନା: ୟେଦୁଲା ବିଜୟ-୦୬୭୪-୨୩୨୩୦୬,
ଆନ୍ଧ୍ରପ୍ରଦେଶ: ବି. ପରମେଶ୍ୱରନ-୦୬୭୪-୨୩୯୩୨୭
ତାମିଲନାଡୁ: ଚିତ୍ରା ଅରୁମୁଗମ-୦୬୭୪-୨୫୩୬୬୩୧,
ଅନ୍ୟ ରାଜ୍ୟ ପାଇଁ: ଅମିତାଭ ଠାକୁର- ୦୬୭୪-୨୫୩୩୨୩୦
ସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।