Odiapua.com

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ମାଲକାନଗିରି,୧୭ । ୪(ଓଡିଆ ପୁଅ ) ପ୍ରବାଦ ପୁରୁଷ ବିଶିଷ୍ଠ ଜନନାୟକ ପୁବ ର୍ତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ କରୋନା କଟକଣା ମଧ୍ୟରେ ନିରାଡମ୍ବର ସହକାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଯାଇଛି । ସଟ୍‌ଡାଉନ୍ ପାଇଁ ଜନଗହଳି ନକରି ନିରାଡମ୍ବର ଭାବେ ବିଜୁଜନତା ଦଳ ପକ୍ଷରୁ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ନିଜ ଘରେ ବୁଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ର୍‌ଦ୍ଧାସୁମନ ଜଣାଇ ଥିବା ବେଳେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ବାବୁଙ୍କ ବିରାଟକାୟ ବ୍ରୋଚଂପ୍ରତି ମୂର୍ତୀରେ ବୁଜିଜନତା ଦଳ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ଲାଠିଆଗୁଡା ସାହିରେ ଥିବା ବିଜୁ ଦକ୍ଷତା ବିକାଶ କାର୍ଯ୍ୟାଳୟ ତଥା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୁବ ର୍ତନ ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ମାଲ୍ୟର୍ପଣ କରି ଶ୍ରଦ୍ଧାଜଂଳି ଜଣାଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଛନ୍ତି । ଜିଲ୍ଲାର କାଲିମେଳା,ପଡିଆ, ଖଇରପୁଟ,ଚିତ୍ରକୋଣ୍ଡା,ମାଥିଲି,କୋରକୁଣ୍ଡା ବ୍ଲକ ଅଚଂଳରେ ବିଜେଡି ଦଳ ଓ ଅନେକ ବିଜୁ ପ୍ରେମା ନିଜ ନିଜ ଘରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଛନ୍ତି ।