Odiapua.com

ପ୍ରବଳ ବର୍ଷା ଯୋଗୁଁ ଫସିଲେ ୪ ଜଣ

ଗଞ୍ଜାମ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଜଳଭଣ୍ଡାର ମଝିରେ ବିତିଲା ୮ଘଣ୍ଟା। ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଲଘାଟି ଜଳଭଣ୍ଡାରରେ ଫଶିଯାଇଥିବା ୪ଜଣଙ୍କୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ।

ଏଲଗଲ ଓ ବେହେରାପୁଟ ଗାଁର ୪ଜଣ ଏକ ଡଙ୍ଗା ଯୋଗେ ତୁରୁବୁଡି ଗାଁକୁ ଆସୁଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ ମଝିରେ ଫସିଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତହସିଲଦାରଙ୍କୁ ଗାଁଲୋକେ ଖବର ଦେଇଥିଲେ। ଏହାପରେ ତହସିଲଦାର ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ବୋଟ୍‌ ଯୋଗେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।