Odiapua.com

ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ

କୋଲାବିରା, ୪।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଦେଶବ୍ୟାପି ଶୀତର ପ୍ରକୋପ ଜାରି ରହିଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହିତ୍ରାହି ଡାକିଲେଣି।ହାଡଭଙ୍ଗା ଜାଡରେ ଥରୁଛି ସାରାରାଜ୍ୟ। ଗାଁ ଠୁ ସହର ସବୁଠି ଜାଡ ଯୋଗୁଁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାତି ଯେତିକି ବଢୁଛୁ ଥଣ୍ଡା ମଧ୍ୟ ସେତିକି ଅନୁପାତରେ ବଢିବାରେ ଲାଗୁଛି। ସ୍ଥିତି ଏପରି ଯେ କୋଲାବିରା ଅଂଚଳରେ ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଲାଣି। ଗତ ତିନିଦିନ ହେଲା ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ସହିତ ପ୍ରବଳ ଶୀତ ଲହରି ଜାରିରହିଛି। କୋହଳା ପବନ ସାଙ୍ଗକୁ ପ୍ରଚଣ୍ଡଶୀତ ଲୋକଙ୍କୁ ଜାଡେଇ ଦେଉଛି। ୫-୭ ଦିନ ଧରି ଶୀତର ପ୍ରକୋପ ଜାରି ରହିଥିବା ବେଳେ ବିଶେଷକରି ଡିସେମ୍ବର ୨୬ ରୁ ସର୍ବନିମ୍ନ ତାପମାତ୍ରା ୭ରୁ୯ଡିଗ୍ରୀ ମଧ୍ୟରେ ରହୁଥିବାରୁ ଲୋକେ ଦିନବେଲା ମଧ୍ୟ ନିଆଁଜାଳି ରହୁଥରବା ଦେଖୈବାକୁ ମିଲୁଛି। ଘରେ ବାହାରେ ରାସ୍ତାଘାଟ, ଛକରେ ନିଆଁଜାଳି ରହୁଛନ୍ତି ଲୋକେ। ସେହିପରି ଗାଁଗଣ୍ଡାରେ ଲୋକେ କାଠଗଣ୍ଡି ଜାଳି ବସି ରହୁଛନ୍ତି। ଅନେକ ଲୋକ ଘରେ ଅନ୍ତରା ଜାଳି ରହୁଛନ୍ତି। ଶୀତ ଯୋଗୁଁ ଗ୍ରାମାଚଂଳର ବସବାସ କରୁଥିବା ବୟସ୍କ ଲୋକଙ୍କ ଦୁର୍ଦ୍ଦଶାବଢିବାରେ ଲାଗିଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ଲୋକଙ୍କ କଷ୍ଟ ଦ୍ୱିଗୁଣିତ ହେଇଯାଉଛି। ଶୀତର ପ୍ରକୋପ ଯୋଗୁଁ ଲୋକଙ୍କ ଯାତାୟାତ କମିଯାଇଛି ରାସ୍ତାଘାଟ ଶୁନଶାନ ଲାଗୁଛି। ଦିନ ତମାମ କୋହଳାପାଗ ବୋହିବା ସହ ସନ୍ଧ୍ୟାହେଲେ ଲୋକେ ଘର ତାଟି କବାଟବନ୍ଦ କରି ଦେଉଛନ୍ତି। ଫଳରେ ରାସ୍ତାଘାଟ ଶୁନଶାନ ହେବାସହ ଲୋକେ ସମୟ ପୂର୍ବରୁ ଘରକୁ ଫେରିଆସୁଛନ୍ତି। ଆଉ କିଛି ଦିନଧରି ଏଭଳି ଶୀତର ପ୍ରକୋପ ଜାରି ରହିଲେ ଅଂଚଳବାସୀଙ୍କ ଦୁଃଖ ବଢିବାର ସମ୍ଭାବନା ରହୁଛି। ଡିସେମ୍ବର ମାସରେ ଏତେ ମାତ୍ରାରେ ତାପମାତ୍ରା ଖସିବା ରେକର୍ଡ ବୋଲି କୁହାଯାଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରୁଛି, ଆସନ୍ତାକାଳିଠାରୁ ୩ତାରିଖ ପର୍ଯ୍ୟନ୍ତ ଭୀଷଣ ଶୀତର ଲହରି ଓଡିଶାକୁ ମାଡି ଆସିବାର ସମ୍ଭାବନା ରହିଛି। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ନର୍ଷାହେବାର ସମ୍ଭାବନା ରହିଛି। ଏହାପାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିାପରେ, ମାତ୍ର ୫ ତାରିଖ ଯାଏ ଥଣ୍ଡାରୁ ମୁକ୍ତି ପାଇବାର ଆଶା ଦେଖାଯାଉନାହିଁ।