Odiapua.com

ପ୍ରଫେସର ମହମ୍ମଦ ଅବଦୁଲ୍ ନବି ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଶିକ୍ଷା, ସଂସ୍କୃତି, ସଂଗୀତ, ସାହିତ୍ୟ, କ୍ରୀଡ଼ା ଓ ସଂପ୍ରଦାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିବା, ପ୍ରତ୍ୟେକ ମଣିଷକୁ ଶ୍ରଦ୍ଧା କରୁଥିବା, ମାନବ କଲ୍ୟାଣ ନିମନ୍ତେ ସର୍ବଦା ଚିନ୍ତା କରୁଥିବା ଭଦ୍ରକ ମାଟିର ଜଣେ ଯୋଗ୍ୟ ଦାୟାଦ ଭାବରେ ସମସ୍ତଙ୍କ ନିକଟରେ ପରିଚିତ ଓ ସମ୍ମାନିତ ହେଉଥିବା ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ମହମ୍ମଦ ଅବଦୁଲ୍ ନବିଙ୍କର ପରଲୋକ ଗମନ ଭଦ୍ରକ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ଦ୍ୱାରା ଅନୁଷ୍ଠିତ ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ପୌରହିତ୍ୟରେ ପରିଚାଳିତ ଶୋକ ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଛି । ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ସୁଧାକର ରାଉତଙ୍କ ଆହ୍ୱାନ କ୍ରମେ ସଭାପତି ଶ୍ରୀଯୁକ୍ତ ନାୟକଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା ମାଧ୍ୟମରେ ମହମ୍ମଦ ନବିଙ୍କ ଅମର ଆତ୍ମାର ସଦଗତି କାମନା କରାଇବା ପରେ ସଭା ସ୍ଥଳରେ ଉପସ୍ଥିତ ଶତାଧିକ ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ସର୍ବଶ୍ରୀ ନିରାକାର ଜେନା, ଫାରୁକ ଭାଇ, କାଶୀମ ଭାଇ, ଡ. କାନନ ମହାନ୍ତି, ଡ. ଉତ୍ପଳା ନାୟକ, ଡ. ଗୋଲକବିହାରୀ ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ଇନ୍ଦ୍ରମଣି ପଣ୍ଡା, ଅସରଫ୍ ଅଲି ଖାଁ, କବି ବିଜୟ ବହଳୀ, ଲକ୍ଷ୍ମଣ ମହାନ୍ତି, ପ୍ରଫୁଲ୍ଲ ପରିଡ଼ା, ଶଶୀ ପଣ୍ଡା, ଗୟାଧର ପଣ୍ଡା, ବସନ୍ତ ମହାନ୍ତି, ଗୋବର୍ଦ୍ଧନ ସାମଲ, ସୀତାକାନ୍ତ ଦାସ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପ୍ରଫେସର ରାଧାବିନୋଦ ନାୟକ, ପ୍ରଫେସର କମଳାକାନ୍ତ ସ୍ୱାଇଁ, ଡ. ଅଭୟ କୁମାର ଦାସ, ଇଂ ଅଖିଳମୋହନ ପାଢ଼ୀ, କଥାକାର ରଜନୀକାନ୍ତ ମହାନ୍ତି, ଡା. ପ୍ରଦୀପ ନାୟକ, ନାସିର ବକ୍ସ, ଅଶୋକ ମହାନ୍ତି, ଶାନ୍ତନୁ ରାଉତ, କାଲାମ୍ ଖାଁ, ମୁସ୍ତାକ୍ ଗହ୍ୱର, ବିପ୍ଳବ ହୋତା, ରମେଶ ଦାସ, ଅଧିବକ୍ତା ଦିବ୍ୟସିଂହ ନାୟକ, ଅଧିବକ୍ତା ଗଦାଧର ବଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ରଖିଥିଲେ । ବାବୁଲାଲ ଦାସ ଓ ଲକ୍ଷ୍ମୀକାନ୍ତ ବାରିକ ସଭାରେ ସଂଯୋଜନା କରିଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ସହିତ ସଭା ସମାପ୍ତି ଘୋଷଣା କରାଯାଇଥିଲା ।