Odiapua.com

ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ଶିକ୍ଷା୍ୱିଭାଗ ଅଧିନ ମହୁରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣାଙ୍କ ସେନା ନିବୃତ ସମ୍ୱର୍ଦ୍ଧନା ସମାରୋହ ଏକ ଭବ୍ୟ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷକତା ଜୀବନର ଶେଷ କାର୍ଯ୍ୟଦିବସ ଅବସରରେ ସମ୍ପକ୍ତ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ମହାକୁଳଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହକୁ ଡ.ରାମଚନ୍ଦ୍ର ପଣ୍ଡା ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମେ ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ମନସ୍ୱୀନି ରାଉତ ସ୍ୱାଗତ ଭାଷଣ ଓ ପୁରାତନ ଛାତ୍ର ସଂସଦର ସଭାପତି ସଞ୍ଜୟ ପଣ୍ଡା ପୂଜ୍ୟପୂଜାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଡ.ଗିରିଶ ବିହାରୀ ମିଶ୍ର,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଧୀରେନ୍ଦ୍ର ଦାଶ,ପୂର୍ବତନ ବିଇଓ ବିରେନ୍ଦ୍ର ଦାଶ,ଶିକ୍ଷାବିତ କାର୍ତିକ ଚନ୍ଦ୍ର ସ୍ୱାଇଁ,ସୁଦର୍ଶନ ସେଠୀ,ଖଗେଶ୍ୱର ମହାପାତ୍ର,ପ୍ରଦିପ୍ତ ଦାସ,ପୂର୍ବତନ ସମିତି ସଭ୍ୟ ସମାଜସେବୀ ଶୀତାକାନ୍ତ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ମହାରଣା ଜଣେ ଛାତ୍ରବତ୍ସଳ, ଶିକ୍ଷାପ୍ରଦାନ କ୍ଷେତ୍ରରେ ତାଙ୍କର ତ୍ୟାଗ, ନିଷ୍ଠା, ସମୟାନୁବର୍ତୀତା ସହିତ ଅନୁଷ୍ଠାନପ୍ରେମୀ ଓ ଆଦର୍ଶ ଶିକ୍ଷକ ଥିଲେ ବୋଲି ଭୂୟଂସି ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟିର ସଭାପତି ଓ କର୍ମକର୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ବିଦାୟ ପ୍ରତିଭା ରବିନ୍ଦ୍ର ମହାରଣାଙ୍କୁ ମାନପତ୍ର, ବସ୍ତ୍ର, ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂ୍ୱର୍କ ସମ୍ବର୍ଦ୍ଧିତ କରାଯାଇଥିଲା।ସହକାରୀ ଶିକ୍ଷକ ସୌମ୍ୟ ମଲ୍ଲିକ ସଭାର ଶେଷ ସ୍ପର୍ଶ ପ୍ରଦାନ କରିଥିଲେ।