Odiapua.com

ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହାଟଡ଼ିହି, ୧୬ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜାମିତୀରା ୟୁଜି ୟୁପି ସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନର ପାଟଣା ବ୍ଲକର ଏବିଇଓ ଗୌରାଙ୍ଗ ଚରଣ ଖିଲାରଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗୋଲକ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ଏବିଇଓ ମଞ୍ଜୁଲତା ରାଉତ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଯେନା, ବରିଷ୍ଠ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ଓ ସଂଯୋଜକ ଭାବେ ସିଆସିସି ଗୌରାଙ୍ଗ ଚରଣ ନାୟକ ପ୍ରମୁଖ ଯୋଗଦେଇ ପୁର୍ବତନ ପ୍ରଧାନ ଶିକ୍ଷକଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଦାସ ଓ ସହକାରୀ ଶିକ୍ଷକ ପ୍ରଭାକର ବେହେରା ଓ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତି କଳ୍ପେ ପୁର୍ବତନ ପ୍ରଧାନ ଶିକ୍ଷକଙ୍କ ଭୁମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସବିତାରାଣୀ ରାଉତ, ନିବେଦିତା ଦାସ, ସିପାରାଣୀ ଜେନା, ତେଜସ୍ୱୀ ଦିବ୍ୟାର୍ଚ୍ଚନା ରାଉତ, ଶର୍ମିଳା ବିଶ୍ୱାଳ, ବିଜୟିନୀ ରାଉତ, ସନ୍ଧ୍ୟାରାଣୀ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ୱେଚ୍ଛାସେବୀ ଗୋଲକ ନାୟକ, ଶତୃଘ୍ନ ଲେଙ୍କା, ନନ୍ଦ କିଶୋର ଲେଙ୍କା, ସୁରଭି ପରିଡା, ଗୋପବନ୍ଧୁ ପଣ୍ଡା, ପ୍ରଦୀପ କୁମାର ଲେଙ୍କା, ଅଭିମନ୍ୟୁ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।