Odiapua.com

ପ୍ରଧାନ ମନ୍ତ୍ରୀ ରାସ୍ତା ସଂକୁଚିତ ଯୋଗୁଁ ବଢୁଛି ଦୁର୍ଘଟଣା

ନୟାଗଡ଼ ୨୯/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାର ଗ୍ରାମାଞ୍ଚଳରେ ପଞ୍ଚାୟତରୁ ପଞ୍ଚାୟତ ରାସ୍ତା ସଂଯୋଗୀକରଣ ଓ ଉନ୍ନତିକରଣ ପାଇଁ ପ୍ରଧାମ ମନ୍ତ୍ରୀ ସଡକ ଯୋଜନା ଓ ମୁଖ୍ୟ ମନ୍ତ୍ରୀ ସଡକ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି। ରାସ୍ତା ନିର୍ମାଣ ଓ ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ମାନେ ରାସ୍ତା ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ରାସ୍ତାର ସୁରକ୍ଷା ଦାୟିତ୍ୱ ନେବା କଥା ଚୁକ୍ତିନାମା ହେଉଛି। କିନ୍ତୁ ଠିକା ସଂସ୍ଥା ଚୁକ୍ତିନାମା ଅନୁସାରେ ୫ ବର୍ଷ ରାସ୍ତା ମରାମତି ଓ ରାସ୍ତା କଡ ରେ ଉଠୁଥିବା ଲଟାବୁଦା ଗଛ ସଫା କରିବା ରହିଅଛି। ଏଥିପାଇଁ ପ୍ରତିବର୍ଷ ସେମାନେ ସରକାରୀ ଅର୍ଥ ନେଉଛନ୍ତି। କିନ୍ତୁ ରାସ୍ତା କଡ ସଫା ନକରି ବିଲ୍ କରାଇ ନେଉଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ଗୁଡିକରେ।

ବନ୍ଧମୁଣ୍ଡା ପଞ୍ଚାୟତ ଠାରୁ ଆରମ୍ଭ କରି ଚମ୍ପତିପୁର ଠାରୁ ଜେଲ ଛକ ନଡିଆଭଙ୍ଗା ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାଶ୍ୱର୍ରେ ଲଟାବୁଦା ଗଛପତ୍ର ମାଡିଯିବା ଯୋଗୁଁ ପ୍ରଧାନ ମନ୍ତ୍ରୀ ସଡକ ସଂକୁଚିତ ହେଉଛି। ଯାହାଫଳରେ ଦୁର୍ଘଟଣା ମାନ ଘଟୁଛି। ଯଶୋଦାପୁର ଠାରୁ ବନ୍ଧମୁଣ୍ଡା ଓ ପଟିଆ ଶେଷ ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ କଡରେ ଗଛ ଲତା ମାଡିଯିବା ଯୋଗୁଁ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ଏ ନେଇ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାରେ ଥିବା ଯନ୍ତ୍ରୀ ଅମ୍ବରିଶ ଆଚାର୍ଯ୍ୟଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହୃଷିକେଶ ବରାଳ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଉଛୁ ସେ ଖୁବଶୀଘ୍ର ରାସ୍ତା କଡ ସଫାଇ ପାଇଁ ବ୍ୟବସ୍ଥା କରିବେ।