ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ଆଂଚଳିକ ସାଧନ କେନ୍ଦ୍ର ଅଧିନ ଫକୀର ମୋହନ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହିଅବସରରେ ସିନ୍ଦୋଳ ସରପଂଚ ସୁପ୍ରଭା ପାଣିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଏବିଇଓ ଲଷ୍ମୀପ୍ରିୟା ମାଝୀ, ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ,ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭାଗିରଥି ଆଚାର୍ଯ୍ୟ,ସିନ୍ଦୋଳ ପଂଚାୟତ ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା,ବ୍ଲକ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ,ଶିକ୍ଷକ ମନ୍ମଥ ଦାସ, କୃପାସିନ୍ଧୁ ବାରିକ,ସିଆରସିସି ଚନ୍ଦ୍ରଶେଖର ମୁଦୁଲି,ଏନପିଏସ ଶିକ୍ଷକ ସଂଘ ସଭାପତି ପ୍ରଭାସ କୁମାର ପଣ୍ଡା,ଆନନ୍ଦଚନ୍ଦ୍ର ଦାସ,ଶିବବ୍ରତ ଶଥପଥୀ,ସ୍କୁଲ ପରିଚାଳନା କମିଟି ସଭାପତି ତାପସ ବାରିକ,ଅନିରୁଦ୍ଧ ବାରିକ ,ସରୋଜ ନାୟକ,ବଂଶୀଧର ଦାସ,ରମେଶ ଦାସ,ସ୍ୱପ୍ନପ୍ରକାଶ ନାୟକ,ଗୟାଧର ନାୟକ,ଚିନ୍ମୟୀ ଜେନା,ରଞ୍ଜୁଲତା ଗାହାଣ ପ୍ରମୁଖ ଅତିଥିଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଜଣେ ଛାତ୍ରବତ୍ସଳ,କାର୍ତବ୍ୟନିଷ୍ଠ ଓ ତାଙ୍କର ସ୍କୁଲ ପ୍ରତିଥିବା ତ୍ୟାଗ ,ଅବଦାନ ଉପରେ ଆଲୋକପାତ କରିଥିଲେ।ଶିକ୍ଷକ ଧୀରେନ କୁମାର ବେହେରା ଓ ଦୁଷ୍ମନ୍ତ କୁମାର ମଲ୍ଲିକ ସଭାପରିଚାଳନା କରିଥିଲେ।