Odiapua.com

ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚ ବିଦ୍ୟାପୀଠରେ ପ୍ରଧାନଶିକ୍ଷକମାନଙ୍କ ବ୍ଲକସ୍ତରୀୟ ଷଷ୍ଠ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ମଞ୍ଜଳା ନାୟକ ଉଦଘାଟନ କରିଥିଲେ । ପ୍ରଶିକ୍ଷକ ମଞ୍ଜୁରୀରୋଡ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଯେନା ଦଶମ ପରୀକ୍ଷା ପରେ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଳହୁଁ ପାଠ୍ୟ ଖସଡା ଉପଯୋଗୀ ଯୋଜନା ପ୍ରସ୍ତୁତ କରିବା, ସୁବର୍ଣ୍ଣମୁଖି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ପ୍ରଶିକ୍ଷକ ଭାବେ ଯୋଗଦେଇ ଆଲୁମିନି କମିଟିର କାର୍ଯ୍ୟ ସମୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷାଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ, ବିଷ୍ଣୁପ୍ରିୟା ସେଠୀ, ସୁଜାତା ମଲ୍ଲିକ, ପ୍ରଧାନଶିକ୍ଷକ ଜୟ ସିଂ ସର୍ଦ୍ଦାର, ସୁଦର୍ଶନ ସେଠୀ, ରଜନୀକାନ୍ତ ମଲ୍ଲିକ, ଗଙ୍ଗାଧର ପତି, ଦେବଦତ୍ତ ମେଳା, ଦେବେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର କୁମାର ସାହୁ, ମଧୁସୂଦନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ମୋଟ ୩୧ଜଣ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପ୍ରଧାନଶିକ୍ଷୟତ୍ରୀ ତଟିନୀ ସେଠୀ ଧନ୍ୟବାଦ ଦେଇଥିଲେ ।