Odiapua.com

ପ୍ରଧାନମନ୍ତ୍ରୀ ଶ୍ରୀ ନେରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି – ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ ନିଷ୍ପତି: ବିଜେପି

– ଗହମର କ୍ୱିଂଟାଲ ପିଛା ଦର ୧୮୪୦ରୁ ୧୯୨୫ ଟଙ୍କାକୁ ବୃଦ୍ଧି
– ବାଜରାର କ୍ୱିଂଟାଲ ପିଛା ଦର ୧୪୪୦ରୁ ୧୫୨୫ ଟଙ୍କା ଧାର୍ଯ୍ୟ
– ସୋରିଷ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୨୦୦ ରୁ ୪୪୨୫ ଟଙ୍କାକୁ ବୃଦ୍ଧି
– ମସୁର ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୦୦ରୁ ୪୮୦୦ ଟଙ୍କା ଧାର୍ଯ୍ୟ
– ସୂର୍ଯ୍ୟମୁଖୀର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୯୪୫ରୁ ୫୨୧୫ ଟଙ୍କା ବୃଦ୍ଧି
– ବୁଟଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୬୨୦ ରୁ ୪୮୭୫ ଟଙ୍କା ବୃଦ୍ଧି
– ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ

ଭୁବନେଶ୍ୱର, ୨୪/୧୦ (ଓଡ଼ିଆ ପୁଅ) : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି। କେନ୍ଦ୍ର କ୍ୟାବିନେଟରେ ଏହା ଐତିହାସିକ ନିଷ୍ପତି। ଗହମର କ୍ୱିଂଟାଲ ପିଛା ଦର ୧୮୪୦ରୁ ୧୯୨୫ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ବାଜରାର କ୍ୱିଂଟାଲ ପିଛା ଦର ୧୪୪୦ରୁ ୧୫୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତି ହୋଇଛି। ଚାଷୀମାନଙ୍କର ବିକାଶ ପାଇଁ ମୋଦି ସରକାର ସର୍ବଦା ବଦ୍ଧ ପରିକର। ଚାଷୀଙ୍କ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

ସେହିପରି ସୋରିଷ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୨୦୦ ରୁ ୪୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ମସୁର ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୦୦ରୁ ୪୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସୂର୍ଯ୍ୟମୁଖୀର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୯୪୫ରୁ ୫୨୧୫ ଟଙ୍କା ଏବଂ ବୁଟଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୬୨୦ ରୁ ୪୮୭୫ ଟଙ୍କା ବୃଦ୍ଧି କରାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିବା ନିଷ୍ପତି ଯୋଗୁଁ ସାରା ଦେଶର ଚାଷୀଙ୍କ ସମେତ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।