Odiapua.com

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହର ତୃତୀୟ ଦିବସ ବସ୍ତି ଏବଂ ଡାକ୍ତରଖାନାରେ ଫଳ, ମାସ୍କ, ସାନିଟାଇଜର ବଂଟନ କଲେ ବିଜେପି କାର୍ଯ୍ୟକର୍ତା

– ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ
– ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ
– ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି

ଭୁବନେଶ୍ୱର, ୧୭/୦୯ (ଓଡ଼ିଆ ପୁଅ) : ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରି ବିଜେପି କାର୍ଯ୍ୟକର୍ତାମାନେ ଗତ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରୁଛନ୍ତି। ଏହି ଅବସରରେ ବୁଧବାରଦିନ ମହିଳା ମୋର୍ଚ୍ଚା ଓ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ବସ୍ତି ଏବଂ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବିତରଣ କରିଛନ୍ତି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ବୁଧବାରଦିନ କଟକ ସହରର ବିଭିନ୍ନ ବସ୍ତି ଓ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବଂଟନ କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତାମାନେ କୋଭିଡ୍‌-୧୯ ଗାଇଡଲାଇନକୁ ପାଳନ କରି ବଂଟନ କାର୍ଯ୍ୟ କରିଛନ୍ତି।

ଆସନ୍ତା କାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ ସେବା ସପ୍ତାହ ଅବସରରେ ବୁଧବାରଦିନ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବୈାଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୂଆପଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବସ୍ତି ଓ ଡାକ୍ତରଖାନାରେ ଫଳ, ମାସ୍କ, ସାନିଟାଇଜର ଆଦି ବଂଟନ କରାଯାଇଛି।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ପାର୍ଟୀର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ କୋଭିଡ୍‌-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି।

ବୁଧବାରଦିନର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ସର୍ମିଷ୍ଠା ମେହେର ଓ ସିପ୍ରା ବାଜପେୟୀ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପଂଚାନନ ନାୟକ, ସଂଜୀବ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାର୍ଟୀର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସାମିଲ ହୋଇ ସଫଳ କରିଥିଲେ।