Odiapua.com

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି
– ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ସବୁଜବଳୟକୁ ବୃଦ୍ଧି କରାଯାଇପାରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୯ (ଓଡ଼ିଆ ପୁଅ) – ବନୀକରଣ ପାଇଁ କେନ୍ଦ୍ର ସରକାର କାମ୍ପା ଫଣ୍ଡରୁ ଓଡିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତାକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ କାମ୍ପା ଫଣ୍ଡରୁ ମିଳିଥିବା ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ଓଡିଶାର ସବୁଜବଳୟକୁ ବୃଦ୍ଧି କରାଯାଇପାରିବ। ଏହାସହ ଏକ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ଗଢିବା ଏବଂ ଓଡିଶାର ଜୈବବିବିଧତାକୁ ସଂରକ୍ଷିତ କରିବାରେ ଏହି ଅର୍ଥ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।