Odiapua.com

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୧୦, ୫୩୫ଜଣ ଚାଷୀ ଉପକୃତ

ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ବହୁ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରି ମହାପାତ୍ରଙ୍କ ହସ୍ତକ୍ଷେପ ଫଳରେ ଜଗତସିଂହପୁର ଜିଲ୍ଲାର ୧୦, ୫୩୫ଜଣ ଚାଷୀ ପ୍ରଧାନମନ୍ତ୍ରୀ ପସଲବୀମା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି। ଏହି ଯୋଜନାରେ ସେମାନେ ୭କୋଟି ୭୧ଲକ୍ଷ ୯ହାଜର ୫୩୭ଟଙ୍କା ପାଇଛନ୍ତି। ୨୦୧୮ ଖରିପ ଋତୁ ପାଇଁ ପଂଚାୟତକୁ ଏକକ ଭାବେ ନେଇ କ୍ରପ୍ କଟିଂ ରିପୋର୍ଟ ଅନୁଯାୟୀ ବୀମାଭୁକ୍ତ ଉପରୋକ୍ତ ୮ଟି ବ୍ଲକର କ୍ଷତିଗ୍ରସ୍ତ ଚାଷୀ ଏହି କ୍ଷତିପୁରଣ ପାଇଛନ୍ତି।